Latest Odisha News

ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇ ପଦ ଛାଡିଲେ ମନୋଜ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ମାସେ ପୂର୍ବରୁ ମନୋଜ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ତାଙ୍କର କାର୍ଯ୍ୟକାଳ ୨୦୨୯ରେ ଶେଷ ହେବାକୁ ଥିଲା ।

ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଅଧ୍ୟକ୍ଷ ମନୋଜ ସୋନି ପ୍ରାୟ ମାସେ ପୂର୍ବରୁ ଇସ୍ତଫା ଦେଇଛନ୍ତି । ତେବେ ୨୦୨୯ରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ “ବ୍ୟକ୍ତିଗତ କାରଣ” ଦର୍ଶାଇ ପଦ ଛାଡିଛନ୍ତି ମନୋଜ । ଏହା ସହିତ ମନୋଜ ସୋନିଙ୍କ ଇସ୍ତଫା ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ତେଜିଥିବା ବିବାଦ ସହ ଜଡିତ ନୁହେଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ପୂଜା ଖେଡକର ଯିଏ ତାଙ୍କର ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ୟୁପିଏସସିରେ ଭର୍ତ୍ତି ହୋଇିଛନ୍ତି ।

ତେବ କହିରଖୁଛୁ, ଯୁପିଏସସି, ଏକ ସଂସ୍ଥା ଯାହା ସିଭିଲ୍ ସର୍ଭିସ୍ ପରୀକ୍ଷା ଆୟୋଜିତ କରିଥାଏ । ଯେଉଁଥିରେ ଛାତ୍ରଛାତ୍ରୀମାନେ ଟପ୍ କରି ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ଭଳି ପଦରେ ନିଯୁକ୍ତି ପାଇଥାନ୍ତି । ଯେଉଁଥିରେ ୨୦୧୭ରେ ମନୋଜ ସୋନି ୟୁପିଏସସିର ଜଣେ ସଦସ୍ୟ ହୋଇଥିଲେ । ଏହାପରେ ମେ ୧୬,୨୦୨୩ରେ ସେ ୟୁପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମନୋଜ ସୋନି ପ୍ରାୟ ମାସେ ପୁର୍ବରୁ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି । ହେଲେ ଏହା ଗ୍ରହଣ କରାଯାଇଛି କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ ।

 

Comments are closed.