Latest Odisha News

BREAKING NEWS

୨୦୨୩ ୟୁପିଏସସି ରେଜଲ୍ଟ ପ୍ରକାଶ, ଦ୍ଵିତୀୟ ସ୍ଥାନରେ ଓଡିଶା ଛାତ୍ର ଅନିମେଶ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ ୨୦୨୩ । ଆପଣ ୟୁପିଏସସି ୱେବସାଇଟ୍ upsc.gov.in କୁ ଯାଇ ରେଜଲ୍ଟ ପାଇପାରିବେ । ରିପୋର୍ଟ ଅନୁସାରେ, ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନରେ ଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡି. ଅନନ୍ୟା ରେଡ୍ଡି ତୃତୀୟ ସ୍ଥାନ ଗ୍ରାହଣ କରିଥିବା ବେଳେ ଚତୁର୍ଥ ସ୍ଥାନରେ ପିକେ ସିଦ୍ଧାର୍ଥ ରହିଛନ୍ତି । ସେହିପରି ପଞ୍ଚମ ସ୍ଥାନରେ ରହିଛନ୍ତି ରୁହାନୀ ।

ଆଇଏଏସ, ଆଇଏଏଫଏସ ଏବଂ ଆଇପିଏସ ସମେତ ୧୧୪୩ ପଦବୀ ପାଇଁ ୧୦୧୬ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ସେଥିମଧ୍ୟରୁ ୩୪୭ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୧୧୫ ଜଣ ଇଡବ୍ଲୁଏସ, ୩୦୩ ଜଣ ଓବିସି, ୧୬୫ ଜଣ ଏସସି ଏବଂ ୮୬ ଜଣ ଏସଟି ବର୍ଗର ରହିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ୩୫୫ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ପ୍ରୋଭିଜନାଲ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା । ପ୍ରିଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧୫, ୧୬, ୧୭, ୨୩, ଏବଂ ୨୪, ୨୦୨୩ ରେ ଦୁଇଟି ସିଫ୍ଟରେ ମେନ୍ସ ପରୀକ୍ଷା ଦେଇଥିଲେ । ଏହାପରେ ଜାନୁୟାରୀ ୨ ରୁ ଏପ୍ରିଲ ୯ ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ।

ଏଥର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୫ ଜଣ ବାଳିକା । ଦ୍ଵିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ ପ୍ରଧାନ ରହିଥିବା ବେଳେ ୩୬ ନମ୍ବର ରାଙ୍କରେ ରହିଛନ୍ତି ଆୟୂଷୀ ପ୍ରଧାନ । ସେହିପରି ୫୨ ନମ୍ବର ରାଙ୍କରେ ରହିଛନ୍ତି ଜୟଶ୍ରୀ ପ୍ରଧାନ, ୧୦୦୧ ରାଙ୍କରେ ଅନୁପ ନାୟକ, ୫୭୫ ରାଙ୍କରେ ରାକେଶ ସାହ, ୮୦୦ ରାଙ୍କରେ ସିଦ୍ଧାନ୍ତ ବେଶ୍ରା, ୪୦୯ ରାଙ୍କରେ ସନ୍ତୋଷ ପାତ୍ର, ୪୬୬ ରାଙ୍କରେ ସୌରଭ ଦାସ, ୩୪୩ ରାଙ୍କରେ ବିଶ୍ବଜିତ ପଣ୍ଡା, ୩୧୯ ରାଙ୍କରେ ରଶ୍ମୀ ପ୍ରଧାନ, ୧୪୯ ରାଙ୍କରେ କୃତୀ ତ୍ରିପାଠୀ ଓ ୧୧୦ ରାଙ୍କରେ ରହିଛନ୍ତି ଅମୃତାଂଶୁ ନାୟକ ।

ସେହିପରି ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ନମ୍ବର ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ ୫୨ ନମ୍ବର ରାଙ୍କରେ ରହିଥିବା ବେଳେ ୬୦ ନମ୍ବର ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ, ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ ଓ ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର ଅଛନ୍ତି।

Leave A Reply

Your email address will not be published.