Latest Odisha News

BREAKING NEWS

ଶିକ୍ଷା ମନ୍ତ୍ରାଳୟର ନୂଆ ଯୋଜନା, ବୋର୍ଡ ପରୀକ୍ଷାରେ ଫେଲ୍ ହେଲେ ଅଧାରେ ଅଟକିବନି ପଠପଢା

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଯଦି ସେମାନେ ପରୀକ୍ଷାରେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ଆଡମିଶନ ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟ ଶିକ୍ଷାର୍ଥୀଙ୍କ ପରି ସେମାନେ ନିୟମିତ କ୍ଲାସରେ ଯୋଗଦେବେ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ଏହା ଉପରେ ବିଚାର କରୁଛି । ଏହା ଦ୍ବାରା ପରୀକ୍ଷାରେ ଫେଲ୍ ହେବା ପରେ ଅଧ୍ୟୟନ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା ରିଖିଛି ଶିକ୍ଷା ବିଭାଗ ।

ମିଳିଥିବା ଖବର ଅନୁଯାୟୀ, ଶିକ୍ଷା ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ନିୟମ ଆଣିପାରେ ଏବଂ ଏହି ନିୟମ ସମସ୍ତ ରାଜ୍ୟ ପାଇଁ ଲାଗୁ ହେବ । ଏହା ଅଧୀନରେ, ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ କେବଳ ନିୟମିତ ଶିକ୍ଷାର୍ଥୀ ଭାବରେ ବିଦ୍ୟାଳୟରେ ଆଡମିଶନ ପାଇବେ ଏବଂ ସେମାନେ ନୂଆ ଶିକ୍ଷାର୍ଥୀଙ୍କ ପରି ସୁବିଧା ପାଇବେ । ପୂର୍ବତନ ଶିକ୍ଷାର୍ଥୀଙ୍କ ପରି ନୁହେଁ ।

ଏହି ବ୍ୟବସ୍ଥା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେତେବେଳେ ଏହି ଶିକ୍ଷାର୍ଥୀ ମାନେ ଆସନ୍ତା ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ, ସେତେବେଳେ ସେମାନଙ୍କର ପ୍ରମାଣପତ୍ରରେ କୌଣସି ସ୍ଥାନରେ ଲେଖାଯିବ ନାହିଁ ଯେ ସେମାନେ ଦ୍ୱିତୀୟ ପ୍ରୟାସରେ ପରୀକ୍ଷାରେ ଉର୍ତ୍ତୀଣ୍ଣ କରିଛନ୍ତି କିମ୍ବା ଗୋଟିଏ ବର୍ଷ ଫେଲ୍ ହୋଇଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟର ଯୋଜନା ହେଉଛି ଯେ, ଯେତେବେଳେ ଜଣେ ବିଦ୍ୟାର୍ଥୀ ବିଦ୍ୟାଳୟରେ ଆଡମିଶନ ନିଅନ୍ତି, ସେତେବେଳେ ତାଙ୍କ ଉପରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନଜର ରଖିବା ଉଚିତ୍ ।

ଶିକ୍ଷା ମନ୍ତ୍ରଣାଳୟ ଜାଣିବାକୁ ପାଇଲା ଯେ ପ୍ରତିବର୍ଷ ପ୍ରାୟ ୪୬ ଲକ୍ଷ ଛାତ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଫେଲ୍ ହୁଅନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଠପଢା ଛାଡିଥାନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୨ ମସିହାରେ ପରୀକ୍ଷାରେ ଫେଲ୍ ହୋଇଥିବା ୫୫ ପ୍ରତିଶତ ଛାତ୍ର କୌଣସି ସ୍ଥାନରେ ଆଡମିଶନ ନେଇ ନାହାଁନ୍ତି । ଏହି ଛାତ୍ରମାନେ ହୁଏତ ସେମାନଙ୍କ ଅଧ୍ୟୟନ ଛାଡିଥିଲେ କିମ୍ବା ଅନ୍ୟ କାର୍ଯ୍ୟରେ ଜଡିତ ହୋଇଥିଲେ ।

Leave A Reply

Your email address will not be published.