ନୂଆଦିଲ୍ଲୀ: ଯଦି ଆପଣଙ୍କ ସ୍ୱପ୍ନ ବଡ଼ ଓ ସାହସ ଦୃଢ଼, ତେବେ କୌଣସି ଅସୁବିଧା ଆପଣଙ୍କ ରାସ୍ତାକୁ ଅଟକାଇ ପାରିବ ନାହିଁ। ଏହା ହେଉଛି ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଜନ୍ମିତ ରମେଶ ଘୋଲପଙ୍କ କାହାଣୀ, ଯିଏ ଗରିବୀ, ଅସହାୟତା ଓ ପୋଲିଓ ଭଳି ରୋଗକୁ ସାମ୍ନା କରି IAS ଅଧିକାରୀ ହେବାର ସ୍ୱପ୍ନକୁ ସାକାର କରିଛନ୍ତି।
ପୋଲିଓ ଓ ଗରିବୀରେ ଆରମ୍ଭ ହେଲା ଜୀବନ
ରମେଶ ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କ ବାମ ଗୋଡ଼ରେ ପୋଲିଓ ହୋଇଗଲା। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିଲା। ତାଙ୍କ ବାପାଙ୍କର ଏକ ଛୋଟ ସାଇକେଲ ଦୋକାନ ଥିଲା, କିନ୍ତୁ ମଦ ପାନର ନିଶା ସବୁ କିଛି ନଷ୍ଟ କରିଦେଲା। ପରିସ୍ଥିତି ଏତେ ଖରାପ ହେଲା ଯେ ତାଙ୍କ ମା’ଙ୍କୁ ରାସ୍ତା କଡ଼ରେ ଚୁଡ଼ି ବିକ୍ରି କରିବାକୁ ପଡ଼ିଲା। ରମେଶ ତାଙ୍କ ପୋଲିଓଗ୍ରସ୍ତ ଗୋଡ଼ ସହ ମା’ଙ୍କ ସାଙ୍ଗରେ ବସୁଥିଲେ।
ବାପାଙ୍କ ମୃତ୍ୟୁ ଓ ୨ ଟଙ୍କାର ଯାତ୍ରା
ରମେଶ ଗାଁରେ ହିଁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଏହି ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ହେଲା। ଖବର ପାଇବା ମାତ୍ରେ ସେ ଘରକୁ ଯିବାକୁ ଚାହିଁଥିଲେ, କିନ୍ତୁ ତାଙ୍କ ପାଖରେ ୨ ଟଙ୍କା ମଧ୍ୟ ନଥିଲା। ବସ୍ ଭଡ଼ା ଦେବା ପାଇଁ ଟଙ୍କା ନଥିଲା। ସେହି ମୁହୂର୍ତ୍ତରେ ତାଙ୍କ ମନ ଭାଙ୍ଗିଗଲା, କିନ୍ତୁ ସେହି ଦୁଃଖ ତାଙ୍କ ଭିତରେ କିଛି କରିବାର ଜ୍ୱାଳା ଜଳାଇ ଦେଲା।
ମା’ ହେଲେ ସବୁଠୁ ବଡ଼ ପ୍ରେରଣା
ଘରର ସମସ୍ତ ଦାୟିତ୍ୱ ମା’ଙ୍କ ଉପରେ ଆସିପଡ଼ିଲା। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚୁଡ଼ି ବିକ୍ରି କରୁଥିଲେ, ଆଉ ରମେଶ ପଢ଼ାରେ ଲାଗିପଡ଼ୁଥିଲେ। ମା’ ସବୁବେଳେ କହୁଥିଲେ, “ବାପା, ପଢ଼ା ଛାଡ଼ିବୁନି। ଏହା ତୋର ଏକମାତ୍ର ଅସ୍ତ୍ର।” ଦ୍ୱାଦଶ ପରେ ରମେଶ ଶିକ୍ଷକ ହେବା ପାଇଁ ଡିପ୍ଲୋମା କଲେ ଓ ଗାଁରେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କଲେ। ଏହାଦ୍ୱାରା ଘରର ଖର୍ଚ୍ଚ କିଛି ଚାଲିଲା ଓ ସେ ବିଏ ଡିଗ୍ରୀ ମଧ୍ୟ ଶେଷ କଲେ।
ଉଧାର ନେଇ ଆରମ୍ଭ ହେଲା ପ୍ରସ୍ତୁତି
ରମେଶଙ୍କର ସ୍ୱପ୍ନ ଥିଲା IAS ହେବା। ସେ ଚାକିରି ଛାଡ଼ି ପୁରା ମନୋଯୋଗରେ UPSC ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କଲେ। ୨୦୧୦ରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଲେ, କିନ୍ତୁ ସଫଳତା ମିଳିଲା ନାହିଁ। ତା’ପରେ ତାଙ୍କ ମା’ ଗାଁର ଲୋକଙ୍କଠାରୁ ଟଙ୍କା ଉଧାର ନେଲେ, ଏହାପରେ ରମେଶ ସହରକୁ ଯାଇ ପାଠପଢ଼ା ଆରମ୍ଭ କଲେ। ପୁଣେରେ ପହଞ୍ଚି ସେ କୌଣସି କୋଚିଂ ନନେଇ ପ୍ରସ୍ତୁତି ଆରମ୍ଭ କଲେ। ପ୍ରତିଦିନ ୧୨ରୁ ୧୪ ଘଣ୍ଟା ପଢ଼ୁଥିଲେ, କାରଣ ସେ ଜାଣିଥିଲେ ଯେ ଗରିବୀକୁ ହରାଇବାର ଏକମାତ୍ର ରାସ୍ତା ହେଉଛି କଠିନ ପରିଶ୍ରମ।
ସ୍ୱପ୍ନ ହେଲା ବାସ୍ତବ
କଠିନ ପରିଶ୍ରମ ଓ ସଂଘର୍ଷ ପରେ ରମେଶ ୨୦୧୨ରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ତାଙ୍କୁ ୨୮୭ତମ ରାଙ୍କ ମିଳିଲା ଓ ବିକଳାଙ୍ଗ କୋଟାରେ ତାଙ୍କର IAS ଅଧିକାରୀ ଭାବେ ଚୟନ ହେଲା।
BREAKING NEWS
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
Comments are closed.