Latest Odisha News

BREAKING NEWS

ପ୍ରମୋସନ ସମୟରେ ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ

ମୁମ୍ବାଇ: ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ରୁହନ୍ତି। ବିଭିନ୍ନ ପ୍ରକାରର ଜିନିଷରେ ତିଆରି ଆଉଟଫିଟ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଉର୍ଫି । ଏହାରି ମଧ୍ୟରେ ବର୍ତ୍ତମାନ ଉର୍ଫି ନିଜ ଡ୍ରେସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଉର୍ଫି ନିଜ ନୂଆ ପୋଷାକରେ ନିଆଁ ଲଗାଇଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେ ନିଜ ଡ୍ରେସ ସହ ନିଆରା ଢଙ୍ଗରେ ନିଜ ଆଗାମୀ ଶୋ’ର ପ୍ରମୋସନ କରିଛନ୍ତି । ପ୍ରମୋସନ ସମୟରେ ଏହି କାରନାମା କରି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ସୋସିଆଲ ମିଡିଆ ସେନ୍ସେସନ ଉର୍ଫି ଜାଭେଦ ଛୋଟ ପରଦାରେ ନିଜର ଜଲୱା ଦେଖାଉଥିବା ବେଳେ ବର୍ତ୍ତମାନ ସେ ତାଙ୍କର ଆଗାମୀ ଟିଭି ଶୋ’, ‘ଫଲୋ କର ଲୋ ୟାର’ ସହ ଫେରୁଛନ୍ତି। ଉର୍ଫି ଏନେଇ ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ଏହି ରିଆଲିଟି ସିରିଜ୍ ‘ଫଲୋ କର ଲୋ ୟାର’ ହେଉଛି ଉର୍ଫି ଜାଭେଦଙ୍କ ଜୀବନ ଉପରେ ଆଧାରିତ ଏକ ଅନଫିଲଟରର୍ଡ ଶୋ । ଦର୍ଶକମାନେ ଉର୍ଫିଙ୍କ ଦୈନନ୍ଦିନ ଜୀବନ କାହାଣୀ ଦେଖିବାକୁ ପାଇବେ । ନଅଟି ପର୍ଯ୍ୟାୟରେ ଏପିସୋଡ ରହିଛି। ଏଥିରେ ପାପାରାଜିଙ୍କ ସହ ତାଙ୍କର କଥାବାର୍ତ୍ତା ଠାରୁ ଆରମ୍ଭ କରି ତାଙ୍କ ଲୋକପ୍ରିୟତା ଏବଂ ଲୋକଙ୍କ ବିଚାରଧାରା ବିଷୟରେ ଦର୍ଶାଇବ । ଏହି ସିରିଜ ୨୩ ଅଗଷ୍ଟରେ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ ।

Comments are closed.