Latest Odisha News

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ପାନିଆରେ ତିଆରି ପୋଷାକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହିସବୁ ଅଜବ ଷ୍ଟାଇଲକୁ ଅନେକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନାପସନ୍ଦ ବି କରନ୍ତି । ଏବେ ସେ ପାନିଆରେ ତିଆରି ପୋଷାକ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବେ ଏହାର ଏକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କେତେବେଳେ କୁରକୁରେ ପ୍ୟାକେଟ୍ ତ ଆଉ କେତେବେଳେ ମୋବାଇଲ, ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ । ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହି କ୍ରମରେ ଉର୍ଫି ଏବେ ପାନିଆ ବ୍ୟବହାର କରି ଏକ ପୋଷାକ ପ୍ରସ୍ତୁତ କରି ପିନ୍ଧିଛନ୍ତି । ଏହାର ଭିଡିଓ ଶେୟାର କରିବା ପରେ ଉର୍ଫିଙ୍କୁ ଅନେକ ଟ୍ରୋଲ କରୁ୍‌ଥିବା ବେଳେ କିଛି ଚକିତ ହୋଇଥିବା କହିଛନ୍ତି ।

Comments are closed.