Latest Odisha News

ଉର୍ଫିଙ୍କ ସିମ୍ କାର୍ଡ଼ରେ ନିର୍ମିତ ଡ୍ରେସ୍ ଦେଖି ପ୍ରଶଂସକ ତାଜୁବ

ମୁମ୍ବାଇ: ସୋସିଆ ମିଡିଆ ସେନ୍ସେଶନ ଉର୍ଫି ଜାବେଦ ନିଜର ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିଜର ଅତରଙ୍ଗୀ ଆଉଟଫିଟ୍ ନେଇ ଫ୍ୟାସନ ଇଣ୍ଡଷ୍ଟ୍ରୀରେ ନୂଆ ବେଞ୍ଚମାର୍କ ସେଟ୍ କରିଦେଇଛନ୍ତି । ଉର୍ଫି ଯାହା କରୁଛନ୍ତି ତାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଅନେକ ଥର ଫ୍ୟାନ୍ସଙ୍କୁ ତାଙ୍କ ଫ୍ୟାସନ ବୁଝି ଆସେନି ଏବଂ ସେଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡେ । ଏଥର ସେ ଡ୍ରେସ୍ ବଦଳରେ କେବଳ ମୋବାଇଲ ସିମ୍ କାର୍ଡ ନିଜ ଶରୀରରେ ଡ୍ରେସ୍ ଭଳି ପିନ୍ଧିଥିବା ନଜର ଆସୁଛନ୍ତି ।

ଉର୍ଫି ପ୍ରତ୍ୟେକ ଥର ନିଜ ପୋଷାକ ସହ ଏକ୍ସପେରିମେଣ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। କିଛି ଦିନ ପୂର୍ବେ ଉର୍ଫି ଜାବେଦ୍ ସିମ୍ କାର୍ଡ ତିଆରି ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଅଭିନେତ୍ରୀ ନୀଳ ଏବଂ ହଳଦିଆ ରଙ୍ଗର ସିମ୍ କାର୍ଡ ବ୍ୟବହାର କରି ଏକ କ୍ରପ ଟପ୍ ଏବଂ ମିନି ସ୍କର୍ଟ ତିଆରି କରିଥିଲେ। ଉର୍ଫି ହାଇ ହିଲ୍ ଏବଂ ଖୋଲା କେଶ ସହିତ ଏହି ଲୁକ୍ କ୍ରିଏଟ କରିଥିଲେ। ଉର୍ଫିଙ୍କ ଏହି ପୋଷାକକୁ ଲୋକମାନେ ପସନ୍ଦ କରିଛନ୍ତି। କିଛି ଲୋକେ ସୋସିଆଲ ମିଡିଆରେ ଲେଖିଛନ୍ତି, ସିମ୍ କାର୍ଡରୁ ଏପରି ବି ପୋଷାକ ତିଆରି ହୋଇପାରେ ବୋଲି ବିଶ୍ୱାସ ହେଉ ନାହିଁ।

ଉର୍ଫିଙ୍କର ହେୟାର ଷ୍ଟାଇଲିଷ୍ଟ ଗୀତା ଏହି ପୋଷାକ ତିଆରି କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଉର୍ଫିଙ୍କ ପୋଷାକ ତିଆରି କରିବା ପାଇଁ ପ୍ରଥମେ ଅନେକ ସିମ୍ କାର୍ଡ ନିଆଯାଇଛି ଏବଂ ପରେ ସେଗୁଡିକ ଛିଦ୍ର କରାଯାଇ ରିଙ୍ଗ ସାହାଯ୍ୟରେ ଜଡି ଦିଆଯାଉଛି। ଉର୍ଫି ମଧ୍ୟ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ନିକଟରେ ଶାହାରୁଖ ଖାନଙ୍କ ଉପରେ ଚିତ୍ରିତ ‘ଦର୍ଦ ଡିସ୍କୋ’ ଗୀତରେ ଉର୍ଫି ନାଚୁଥିବାର ନଜର ଆସିଥିଲେ। ଏହି ନୂଆ ଲୁକରେ ଉର୍ଫି ପୋଷାକ ବଦଳରେ କାଚର ଖଣ୍ଡ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, ଉର୍ଫି କାଚରେ ନିର୍ମିତ ଫେସ୍ ମାସ୍କ ନିଜ ମୁହଁରେ ଲଗାଇଥିଲେ। ଏହି ଲୁକ୍ ପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା।

Leave A Reply

Your email address will not be published.