Latest Odisha News

ମଣିପୁର ଘଟଣା ସମଗ୍ର ଭାରତ ପାଇଁ ଲଜ୍ଜା: ଉର୍ଫି ଜାଭେଦ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ପୋଷାକକୁ ନେଇ ଅଧିକାଂଶ ସମୟ ବିବାଦରେ ରହୁଥିବା ଉର୍ଫି ଏବେ ମଣିପୁରରେ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ମଣିପୁରରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି ଯେ, ମଣିପୁରରେ ଯାହା ଘଟିଲା ତାହା କେବଳ ମଣିପୁର ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଲଜ୍ଜାଜନକ । ଇତିମଧ୍ୟରେ ଘଟଣାକୁ ୨ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏପର୍ଯ୍ୟନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପ୍ରଶ୍ନ ଉଠାଇଛନ୍ତି ଉର୍ଫି । ତେବେ କେବଳ ଉର୍ଫି ନୁହନ୍ତି ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ୍ନ କରି ରାସ୍ତାରେ ଚଲାଇବା ଓ ତା’ର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରାଯିବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । କିଛି ଦୁର୍ବୃତ୍ତ ମହିଳା ଦୁଇଜଣଙ୍କୁ ଉଠାଇ ନେଇ ବଳାତ୍କାର କରିଥିଲେ । ପରେ ସେମାନଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏବେ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.