Latest Odisha News

BREAKING NEWS

ଉର୍ବଶୀଙ୍କୁ ନାହିଁ ଯୁଦ୍ଧ ଭୟ: ୟୁକ୍ରେନରେ ଜାରୀ ରଖିଛନ୍ତି ଶୁଟିଂ

କିଭ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହାର ପ୍ରଭାବ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ପଡି ନାହିଁ । ସେ ଏବେ ଏଠାରେ ତାଙ୍କ ଆଗାମୀ ଫିଲ୍ମ ଦି ଲିଜେଣ୍ଡର ଶୁଟିଂରେ ବ୍ୟସ୍ତ ଅଛନ୍ତି । ୟୁକ୍ରେନରେ ବୁଲୁଥିବାରୁ ସେ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଏହି ଫିଲ୍ମରେ ଉର୍ବଶୀ ଜଣେ ମାଇକ୍ରୋ ବାୟୋଲିଜିଷ୍ଟ ଭୂମିକାରେ ଅଭିନୟ କରିବା ସହ ତାମିଲ ଫିଲ୍ମରେ ଏଂଟ୍ରି କରିଛନ୍ତି ।

ତାଙ୍କ ସହ ସରୱାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଦି ଲିଜେଣ୍ଡ ବ୍ୟତୀତ ଉର୍ବଶୀଙ୍କ ହାତରେ ଏବେ ଜିଓ ଷ୍ଟୁଡିୟଜର ୱେବସିରିଜ ଇନ୍ସପେକ୍ଟର ଅବିନାଶରେ ଏବଂ ଥିରୁଡି ପାୟଲେ ୨ର ରିମେକ ଫିଲ୍ମ ରହିଛି ।

Comments are closed.