Latest Odisha News

BREAKING NEWS

୪୦ କୋଟି ସୁନା ଗାଉନରେ ଉର୍ବଶୀ

ମୁମ୍ବାଇ: ସୁନାର ପୋଷାକ ପିନ୍ଧି ଚମକିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା । ସେ ପିନ୍ଧିଥିବା ସୁନାର ଗାଉନର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି । ଆରବ ଫ୍ୟାସନ ଶୋ’ରେ ଉର୍ବଶୀ ଏହି ଗାୁନ ପିନ୍ଧି ନିଜର ଚମକ୍ରାରିତ ଦେଖାଇଛନ୍ତି । ଉର୍ବଶୀଙ୍କ ଏହି ଲୁକ୍ ଏବଂ ଷ୍ଟାଇଲ ଦର୍ଶକଙ୍କୁ ବିମହିତ କରିଛି । ସେ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ପ୍ରଶଂସକଙ୍କ ଦୃଦୟ ଜିତିଥାନ୍ତି । ତାଙ୍କ ଗାଉନରେ ସୁନା ସହ ହୀରା ମଧ୍ୟ ଲଗା ହୋଇଛି ।

ଆରବ ଫ୍ୟାସନ ୱିକ୍ରେ ଅଂଶ ଗ୍ରହଣ କରିବାରେ ଉର୍ବଶୀ ହେଉଛନ୍ତି ପ୍ରଥମ ଭାରତୀୟ । ସେ ୨ ଥର ଏହି ଫ୍ୟାସନ ସପ୍ତାହରେ ଅଂଶ ଗ୍ରହଣ କରି ସାରିଲେଣି । ଏହି ଗାଉନଟିକୁ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ଫେର୍ନେ ୱାନ୍ ଆମାଣ୍ଟୋ ଡିଜାଇନ୍ କରିଛନ୍ତି । ସେ ଅନ୍ତର୍ଜାତୀୟ ଷ୍ଟାରମାନଙ୍କର ଡ୍ରେସ ଡିଜାଇନ୍ କରିଥାନ୍ତି ।

Comments are closed.