Latest Odisha News

BREAKING NEWS

ସୋସିଆଲ ମିଡିଆରେ ପନ୍ତ-ଉର୍ବଶୀଙ୍କ ବିବାଦ ବଢ଼ୁଛି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତ ଓ ବଳିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ବଢ଼ିବାରେ ଲାଗିଛି । ପନ୍ତଙ୍କ ଏକ ମେସେଜ ଉପରେ ପ୍ରତିକ୍ରିୟା ଦେଇ ଉର୍ବଶୀ ଲେଖିଛନ୍ତି ଛୋଟୁ ଭୈୟାକୁ ସିର୍ଫ ବ୍ୟାଟ ବଲ ଖେଲନା ଚାହିୟେ । ମେଁ କୋଇ ମୁନ୍ନୀ ନେହି ହୁଁ ଯୋ ବଦନାମ ହୋ ଜାଉଙ୍ଗି । ୱହ ଭି କିଡୋ ଡାର୍ଲିଂ ତେରେ ଲିୟେ । ରକ୍ଷା ବନ୍ଧନ ଅଭିନନ୍ଦନ । ଆରପି ଛୋଟୁ ଭୈୟା । ଏହା ପୂର୍ବରୁ ପନ୍ତ କାହାର ନାମ ନ ନେଇ ଲେଖିଥିଲେ ଲୋକପ୍ରିୟତା ଓ ହେଡ ଲାଇନ୍ସରେ ଆସିବା ପାଇଁ କେତେକ ଲୋକ ବହୁତ ମିଛ କୁହନ୍ତି । ଭଗବାନ ଏମାନଙ୍କୁ ରକ୍ଷା କରନ୍ତୁ । ବେହେନା ମେରେ ପିଛା ଛୋଡୋ । ଅବଶ୍ୟ ଏହା ପରେ ପନ୍ତ ଏହି ପୋଷ୍ଟ ଡିଲିଟ କରି ଦେଇଥିଲେ ।

ବିବାଦର ଆରମ୍ଭ: ଉର୍ବଶୀ ଏକ ସାକ୍ଷାତକାରରେ କହିଥିଲେ । ମୋତେ ଆରପି ହୋଟେଲ ଲବିରେ ଦେଖା କରିବାକୁ ଆସିଥିଲେ । ସେ ସମୟ ମଧ୍ୟରେ ମୁଁ କ୍ଲାନ୍ତ ଯୋଗୁ ଶୋଇ ପଡିଥିଲି । ମାତ୍ର ଆରପି ୧୦ ଘଂଟା କାଳ ଅପେକ୍ଷା କରିବା ସହ ୧୬ କଲ କରିଥିଲେ । ଯେତେବେଳେ ଉଠିଲି ମିସଡ କଲ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମୋ ପାଇଁ ଜଣେ ଏତେ ସମୟ ଅପେକ୍ଷା କରିବା ମୋତେ ବାଧିଥିଲା । ମୁଁ ତାଙ୍କୁ ମୁମ୍ବାଇରେ ଭେଟିବା ପାଇଁ କହିଥିଲି । ଆମେ ପରେ ଦେଖା ହୋଇଥିଲୁ ମାତ୍ର ମିଡିଆ ଏହାକୁ ନେଇ ଡ୍ରାମା କ୍ରିଏଟ କରିଥିଲା । ସୂଚନାଯୋଗ୍ୟ, ୨୦୧୮ରେ ଉର୍ବଶୀ-ପନ୍ତ ପରସ୍ପରକୁ ଡେଟ କରୁଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ପନ୍ତ ତାଙ୍କୁ ବ୍ଲକ କରି ଦେଇଥିଲେ ।

Leave A Reply

Your email address will not be published.