Latest Odisha News

BREAKING NEWS

[ଭିଡିଓ] ଅଜବ ଗଜବ, ଛେଳିକୁ ପସନ୍ଦ ଧୂପ ବାସ୍ନା

ନେପାଳ: ଆମ ସମାଜରେ କିଛି ଅଜବ ଦୃଶ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ । ଏଇ ଦେଖୁ ନାହାନ୍ତି ଛେଳିଟି ମନ୍ଦିର ପାଖରେ ଠିଆ ହୋଇ ଧୂପବାସ୍ନା ନେବା ସହ ଧୂପ ଧୂଆଁକୁ ପାଟିରେ ପୁରାଇ ଛାଡୁଛି ।ଏପରି ଦୃଶ୍ୟ ନେପାଳର ଏକ ମନ୍ଦିର ପରିସରରେ ଦେଖିବାକୁ ମିଳିିଛି ।

ଛେଳିଟି ମନ୍ଦରି ବାହାରେ ଠିଆ ହୋଇ ଲୋକମାନେ ଲଗାଇଥିବା ଦୀପ ଧୂପ ଷ୍ଟାଣ୍ଡ ପାଖରେ ଧୂପ ଧୂଆଁକୁ ନିଶ୍ୱାସରେ ନେବା ସହ ପୁଣି ପ୍ରଶ୍ୱାସରେ ଛାଡୁଛି । ଲାଗୁଛି ଯେମିତି ଛେଳିକୁ ଧୂପକାଠି ଧୂଆଁର ବାସ୍ନା ଖୁବ୍ ପସନ୍ଦ ଆସୁଛି । ସେପଟେ ଛେଳିର ଏପରି ଦୃଶ୍ୟ ଦେଖିବା ପାଇଁ ମନ୍ଦିର ବାହାରେ ଲୋକଙ୍କ ଭିଡ ମଧ୍ୟ ଜମିଥିଲା ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

Comments are closed, but trackbacks and pingbacks are open.