ୱାଶିଂଟନ: ଚୀନର ଦୁଃସାହସକୁ ରୋକିବା ପାଇଁ ଆମେରିକା କଡା ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ମୁତାବକ ଆମେରିକା ୭ଲକ୍ଷ କୋଟି ଟଙ୍କା ବ୍ୟୟରେ ବେଜିଂ ପର୍ଯ୍ୟନ୍ତ ମାଡ କରିପାରୁଥିବା ମହାବିନାଶକ ପରମାଣୁ ମିସାଇଲ କିଣିବ । ୧୦୦୦୦ କିଲୋମିଟର ଦୂରତା ଯାଇପାରୁଥିବା ଏହି ମିସାଇଲ ପିନ ପଂଏଟ ଟାର୍ଗେଟ କରିବା କ୍ଷମତା ରଖିଛି ।
ଗତ ବର୍ଷ ୮ ସେପ୍ଟମ୍ବରରେ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ନର୍ଥେନ ଗ୍ରୁମ୍ମନ ସହ ଏଥିନେଇ ଚୁକ୍ତି କରାଯାଇଥିଲା । ୨୦୨୯ ସୁଦ୍ଧା ଏହା ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛଇ । ଆଉଟଡେଟେଡ ହୋଇଯାଇଥିବା ମିନଟମ୍ୟାନ ପରମାଣୁ ମିସାଇଲ ସ୍ଥାନରେ ଏହାକୁ ସାମିଲ କରାଯିବ । ଆମେରିକା ୬୦୦ ୟୁନିଟ ମିସାଇଲ ଅର୍ଡର କରିଛି । ଆମେରିକା ଏହି ପଦକ୍ଷେପ ଚୀନ ଏବଂ ରୁଷିଆକୁ ଚିନ୍ତାରେ ପକାଇଛି ।
Comments are closed.