ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ବିଶ୍ୱ ସମୁଦାୟ ଅଶାନ୍ତି ହୋଇ ଉଠିଛନ୍ତି । ସୋସାଇଟ ଫର ୱାର୍ଲ୍ଡ ୱାଇଡ ଇଂଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ (ସୁଇଫ୍ଟ) ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଚାର କରୁଛି । ସୁଇଫ୍ଟ କଟକଣା ଲଗାଇଲେ ୬୩୦ ବିଲିୟନ ବୈଦେଶିକ ମୁଦ୍ରାର ବ୍ୟବହାର ରୁଷିଆ କରିପାରିବ ନାହିଁ । ୟୁରୋପୀୟ କମିଶନର ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, କାନାଡା ଓ ଆମେରିକା ଏ ନେଇ ଏକତ୍ର ହୋଇଛନ୍ତି ।
ସୂଚନାଯୋଗ୍ୟ, ସୁଇଫ୍ଟ କୋଡ ମାଧ୍ୟମରେ ଅର୍ଥ ନେବା ଆଣିବା କରାଯାଇଥାଏ । କଟକଣା ଲାଗିଲେ ରୁଷ ଆଉ ଏହି କୋଡ ବ୍ୟବହାର କରିପାରିବ ନାହିଁ । ରକ୍ଷା ବିଶେଷଜ୍ଞଙ୍କ ମତରେ ରୁଷ ଯଦି ଏହି ଯୁଦ୍ଧ ଶୀଘ୍ର ବନ୍ଦ ନ କରେ ତେବେ ପରୋକ୍ଷରେ ତାର ବେଶି କ୍ଷତି ହେବ ।
Comments are closed.