Latest Odisha News

BREAKING NEWS

‘ଡେଭେଲପିଂ କଣ୍ଟ୍ରି’ ମାନ୍ୟତା ହରାଇବ ଚୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ସବୁଠାରୁ ବଡ଼ ଅର୍ଥନୀତି ଦେଶ ଆମେରିକା ଏବଂ ଚୀନ୍ ମଧ୍ୟରେ ପାରସ୍ପରିକ ତିକ୍ତତା ବୃଦ୍ଧି ପାଉଛି। ଅର୍ଥନୈତିକ ଦୃଷ୍ଟିରୁ ଆମେରିକା ସଂସଦ ଏକ ନୂତନ ନିୟମକୁ ଅନୁମୋଦନ କଲାବେଳେ ଚୀନକୁ ବଡ଼ ଝଟକା ଦେଇଛି। ମଙ୍ଗଳବାର ଆମେରିକା ସିନେଟ ବାଇପାର୍ଟିସନ୍ ବିଲକୁ ମଞ୍ଜୁରୀ ଦେଇଛି। ଏହି ଆଇନ ଅନୁସାରେ ଆମେରିକା ଚୀନକୁ ଆଉ ବିକାଶଶୀଳ ଦେଶ ବା ଡେଭେଲପିଂ କଣ୍ଟ୍ରି ମାନ୍ୟତା ଦେବ ନାହିଁ।

ଆମେରିକାର ଏହି ପଦକ୍ଷେପ ଚୀନର ଅର୍ଥନୀତି ଉପରେ ବିଶେଷ ଖରାପ ପ୍ରଭାବ ପକାଇବ। ସେ ଆଉ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରୁ ସହଜରେ ଏବଂ ସ୍ୱଳ୍ପ ସୁଧରେ ଋଣ ପାଇପାରିବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବିକାଶଶୀଳ ଦେଶ ଯୋଗୁଁ ଚୀନ୍ ସହଜରେ ଏବଂ କମ ସୁଧରେ ଋଣ ନେଉଥିଲା। ଏଥିସହିତ ସେହି ଅର୍ଥକୁ କଠୋର ସର୍ତ୍ତରେ ଋଣ ଦେଇ ଗରିବ ଦେଶକୁ ଫାନ୍ଦରେ ପକାଉଥିଲା। ବହୁତ ଦେଶ ଚୀନର ଋଣ ଜାଲରେ ଫସୁଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଚୀନ ଶ୍ରୀଲଙ୍କା, ପାକିସ୍ତାନ ସମେତ ଅନେକ ଏସୀୟ ଏବଂ ଆଫ୍ରିକୀୟ ଦେଶକୁ ଋଣ ଜାଲରେ ଫସାଇଛି। ଆମେରିକାର ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଆମେରିକାର ସଂସଦର ନିମ୍ନ ଗୃହରେ ଲୋକସଭାରେ ଏକ ବିଲ୍ ଆଗତ କରାଯାଇଥିଲା । ସେହି ବିଲର ଉଦ୍ଦେଶ୍ୟ କେବଳ ଚୀନକୁ ନିଜ ସୀମା ଭିତରେ ରଖିବା। ବର୍ତ୍ତମାନ ସେହି ବିଲକୁ ଆମେରିକା ସଂସଦ ଅନୁମୋଦନ କରିଛି। ଏହି ସମୟରେ ଅନେକ ଆମେରିକୀୟ ସାଂସଦ କହିଛନ୍ତି ଯେ ବିକାଶଶୀଳ ଦେଶଗୁଡିକର ଚୀନ୍ ଅବୈଧ ଲାଭ ଉଠାଇଛି, ତେଣୁ ବର୍ତ୍ତମାନ ଚୀନକୁ ଏହି ମାନ୍ୟତା ଦିଆଯିବ ନାହିଁ।

ସେହିପରି ଏହି ବିଲ୍ ଉପରେ ଭୋଟିଂ ହେବା ପରେ ସମସ୍ତ ୪୧୫ ସାଂସଦ ‘ଚାଇନା ଇଜ୍ ନଟ୍ ଏ ଡେଭେଲପିଂ କଣ୍ଟ୍ରି ଆକ୍ଚ’ ସପକ୍ଷରେ ଭୋଟ ଦେଇଥିଲେ। ସୂଚନାଯୋଗ୍ୟ, ୨୬.୮୫୪ ଟ୍ରିଲିୟନ ଡଲାର ସହିତ ଆମେରିକା ହେଉଛି ବିଶ୍ୱର ବୃହତ୍ତମ ଅର୍ଥନୀତି ଦେଶ ଥିବା ବେଳେ ଚାଇନା ୧୯.୩୭୪ ଟ୍ରିଲିୟନ ଡଲାର ସହିତ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଦେଶ ରହିଛି। ସେହିପରି ଚୀନ୍ ପରେ ଜାପାନ ୪.୪୧୦ ଟ୍ରିଲିୟନ ଡଲାର ସହିତ ତୃତୀୟ ସ୍ଥାନରେ ଏବଂ ୪.୩୦୯ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି।

Comments are closed.