Latest Odisha News

BREAKING NEWS

ପାକିସ୍ତାନ-ଚୀନ୍ -ଇରାନର ମିସାଇଲ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ଆମେରିକାର କଟକଣା

ୱାଶିଂଟନ: ପାକିସ୍ତାନ, ଇରାନ  ଏବଂ ଚୀନ୍‌ର ମିସାଇଲ – ଡ୍ରୋନ୍ କାର୍ଯ୍ୟକ୍ରମକୁ  ଝଟକା ଦେଇଛି ଆମେରିକା। ୨୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି ଶକୃଶାଳୀ ରାଷ୍ଟ୍ର ଆମେରିକା।ଏସବୁ କମ୍ପାନି ପାକିସ୍ତାନ ଏବଂ ଇରାନର ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ୨୬ଟି କମ୍ପାନି ମଧ୍ୟରୁ ଅଧିକାଂଶ ପାକିସ୍ତାନ, ଚୀନ୍ ଏବଂ ୟୁଏଇର ବୋଲି ଜଣା ଯାଇଛି । ଏନେଇ ଆମେରିକାର ବାଣିଜ୍ୟ ବିଭାଗ ସୂଚନା ଦେଇଛି। ଏହି ପ୍ରତିବନ୍ଧକ ପରେ ବ୍ଲାକଲିଷ୍ଟେଡ କମ୍ପାନିଗୁଡିକ ସରକାରଙ୍କ ଅନୁମୋଦନ ବିନା ଆମେରିକୀୟ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା କିଣି ପାରିବେ ନାହିଁ। ସେଥିମଧ୍ୟରେ ପାକିସ୍ତାନର ୯ ଟି କମ୍ପାନୀ ରହିଛି ।  ସେସବୁ ବ୍ଲାକଲିଷ୍ଟେଡ କମ୍ପାନୀ ଆଡଭାନ୍ସ ଇଞ୍ଜିନିୟରିଂ ରିସର୍ଚ୍ଚ ଅର୍ଗାନାଇଜେସନ୍ ପାଇଁ ଯୋଗାଣକାରୀ କମ୍ପାନୀ ଭାବରେ କାର୍ଯ୍ୟ କରିସାରିଥିଲା ।

ଆମେରିକା କହିଛି ଯେ ଏହି କାର୍ଯ୍ୟକଳାପ ଆମେରିକାର ବୈଦେଶିକ ଏବଂ ଜାତୀୟ ସୁରକ୍ଷା ନୀତି ବିରୁଦ୍ଧ ଅଟେ। ଆମେରିକା ମଧ୍ୟ ୬ଟି ଚାଇନିଜ୍ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି ଯାହା ଚୀନ୍‌ର ସୈନ୍ୟବାହିନୀକୁ ଆମେରିକାର ମୂଳ ଉପକରଣ ସାହାଯ୍ୟରେ ଆଧୁନିକୀକରଣ କରିବାରେ ସାହାଯ୍ୟ କରୁଛି କିମ୍ବା ଇରାନର ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି।

ସୂଚନା ଅନୁସାରେ ଇରାନ ନିଜର ହଜାରେ ଡ୍ରୋନକୁ ରୁଷିଆକୁ ବିକ୍ରି କରିଛି ଯାହା ୟୁକ୍ରେନ ଯୁଦ୍ଧରେ ବ୍ୟବହୃତ ହୋଇଛି। ଏହାପୂର୍ବରୁ ମଧ୍ୟ ଆମେରିକା ପାକିସ୍ତାନ ଏବଂ ଚୀନ୍‌ର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଅନେକ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚୀନ୍ ଏବଂ ଆମେରିକୀୟ ଟେକ୍ନୋଲୋଜି ସାହାଯ୍ୟରେ ପାକିସ୍ତାନ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ତିଆରି କରିବାକୁ ଚେଷ୍ଟା କରୁଛି ଯାହା ଦ୍ବାରା ସେଗୁଡିକ ଭାରତ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ। ଏଥି ସହିତ ଆମେରିକା ମଧ୍ୟ  ଦୂରଗାମୀ କ୍ଷେପଣାସ୍ତ୍ର ବିଷୟରେ ପାକିସ୍ତାନକୁ ଚେତାବନୀ ଦେଇଛି।

Leave A Reply

Your email address will not be published.