Latest Odisha News

BREAKING NEWS

ଚାଂଚଲ୍ୟକର ଖୁଲାସା: ୧୫୬ କ୍ୟାଥୋଲିକ ପାଦ୍ରୀଙ୍କ ଯୌନ କେଳାଙ୍କାରୀ

ନୂଆଦିଲ୍ଲୀ: ଆମେରିକାର ମ୍ୟାରିଲେଣ୍ଡ ଷ୍ଟେଟର ଏକ ଚାଂଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି । ୧୯୪୦ରୁ ଏ ପର୍ଯ୍ୟନ୍ତ ଏଠାକାର ୧୫୬ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ୬୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଯୌନ ଶୋଷଣ କରିଛନ୍ତି । ପାଦ୍ରୀଙ୍କ ସହ ଅନ୍ୟ କେତେକ ଲୋକ ମଧ୍ୟ ଏହି ଯୌନ କେଳାଙ୍କାରୀରେ ସାମିଲ ଅଛନ୍ତି । ମ୍ୟାରିଲ୍ୟାଣ୍ଡର ଅଟର୍ଣ୍ଣି ଜେନେରାଲ ଆନ୍ଥୋନୀ ବ୍ରାଉନ ବୁଧବର ଏ ସମ୍ପର୍କୀତ ୪୬୩ ପୃଷ୍ଠାର ରିପୋର୍ଟ ଜାରୀ କରିଛନ୍ତି । ୪ ବର୍ଷର ତଦନ୍ତ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଅଭାବ ଅସୁବିଧାରେ ଚଳୁଥିବା ପରିବାର ଏବଂ ଚର୍ଚ୍ଚରେ କାମ କରୁଥିବା ପିଲାମାନଙ୍କୁ ବିଶେଷ ଭାବେ ଟାର୍ଗେଟ କରାଯାଇଥିଲା । ଯଦି ତୁମେ ତୁମ ପରିବାରକୁ ଏ ସମ୍ପର୍କରେ ଜଣାଇବ ତେବେ ସେମାନେ ନର୍କକୁ ଯିବେ ବୋଲି ପାଦ୍ରୀମାନେ ଧମକ ଦେଇଛନ୍ତି ।

ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ଅଧିକାରୀ ଅଟର୍ଣ୍ଣି ଜେନେରାଲ ବ୍ରାଉନ ଏକ ହଟଲାଇନ ସ୍ଥାପିତ କରିଥିଲେ । ସେଥିରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ସମ୍ପର୍କ ସ୍ଥାପନ କରିଛନ୍ତି । ରିପୋର୍ଟ ମୁତାବକ ଏବେ ବି ୧୦ ଅଭିଯୁକ୍ତ ଜୀବିତ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ୨୦୦୨ରେ ଏହି ଘଟଣା ପ୍ରଥମେ ସମ୍ମୁଖକୁ ଆସିଥିଲା । ଦି ବୋଷ୍ଟନ ଗ୍ଲୋବ ମିଡିଆ କମ୍ପାନୀ ଏହି ତଥ୍ୟ ସମ୍ମୁଖକୁ ଆଣିଥିଲା । ପୀଡିତାମାନଙ୍କୁ ସମ୍ମୁଖକୁ ଆସିବା ପାଇଁ ଉତ୍ସାହିତ କରାଯାଇଥିଲା । ଧିରେ ଧିରେ ଏହି ଯୌନ କେଳାଙ୍କରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାକୁ ଲାଗିଥିଲା ।

Leave A Reply

Your email address will not be published.