Latest Odisha News

BREAKING NEWS

ଆମେରିକା ବୈଦେଶିକ ମନ୍ତ୍ରାଳୟର ନୂତନ ଆଡଭାଇଜରୀ: ୧୪ ଦେଶ ତୁରନ୍ତ ଛାଡ

ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂତନ ଆଡଭାଇଜରୀ ଜାରି। ୧୪ ଦେଶ ତୁରନ୍ତ ଛାଡିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା। ବାହାରିନ, ଇଜିପ୍ଟ, ଇରାନ, ଇରାକ, ଇସ୍ରାଏଲ, ଦ ୱେଷ୍ଟ ବ୍ୟାଙ୍କ, ଗାଜା, କୁଏତ, ଜୋର୍ଡାନ, ଲେବାନନ, ଓମାନ, କାତାର, ସାଉଦି ଆରବ, ସିରିଆ, ୟୁଏଇ ଓ ୟେମେନକୁ ତୁରନ୍ତ ଛାଡିବା ପାଇଁ ନିର୍ଦ୍ଦେଶ ଦେଲା ଆମେରିକା।

କମର୍ସିଆଲ ଫ୍ଲାଇଟ ନେଇ ଏହି ସମସ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ। ସୁରକ୍ଷା ପାଇଁ ନିକଟସ୍ଥ ଆମେରିକା ଦୂତାବାସ ସହ ସମ୍ପର୍କ ପାଇଁ ଅନୁରୋଧ କରାଯାଇଛି। ନାମଦାର X ରେ ଏକ ପୋଷ୍ଟରେ ଲେଖିଛନ୍ତି, “ଗମ୍ଭୀର ସୁରକ୍ଷା ବିପଦ ହେତୁ, ଆମେରିକୀୟ ନାଗରିକମାନେ ତୁରନ୍ତ ଏହି ଦେଶଗୁଡ଼ିକରୁ ପ୍ରସ୍ଥାନ କରିବା ଉଚିତ।”

ଏହି ସମୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସାମ୍ବାଦିକମାନଙ୍କ ସହ କଥା ହୋଇ ଚେତାବନୀ ଦେଇଛନ୍ତି ଯେ ଆମେରିକୀୟ ସେନା ଦ୍ୱାରା ସବୁଠାରୁ ମାରାତ୍ମକ ଆକ୍ରମଣ ଏପର୍ଯ୍ୟନ୍ତ ଆସିବାକୁ ବାକି ଅଛି। ସେ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ଇରାନର ବର୍ତ୍ତମାନର ପରିସ୍ଥିତି ଅପେକ୍ଷା ବହୁତ କଠୋର ଆକ୍ରମଣ ହେବ। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ। କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନାଗରିକମାନଙ୍କୁ ତୁରନ୍ତ ପ୍ରଭାବିତ ଦେଶଗୁଡ଼ିକ ଛାଡିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.