Latest Odisha News

BREAKING NEWS

ଗୋଇନ୍ଦା ଏଜେନ୍ସି ଆଲର୍ଟ: ଚୀନ ଓ ରୁଷିଆର ନଜର ଆମେରିକା ପ୍ରସ୍ତୁତ କରୁଥିବା କରୋନା ଭାଇରସ ଭ୍ୟାକ୍ସିନ ଉପରେ

ୱାଶିଂଟନ: ଆମେରିକା ଆଜି ତାର ଗୋଇନ୍ଦା ଏଜେନ୍ସିକୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାର କାରଣ ହେଲା ଚୀନ ଓ ରୁଷିଆର ନଜର ଆମେରିକା ପ୍ରସ୍ତୁତ କରୁଥିବା କରୋନା ଭାଇରସ ଭ୍ୟାକ୍ସିନ ଉପରେ । ଏହାର ଡାଟା ଚୋରି କରିବା ପାଇଁ ଉଭୟ ଦେଶ ଚେଷ୍ଟା କରୁଛନ୍ତି ବୋଲି ଆମେରିକା ଆଶଙ୍କା ବ୍ୟକ୍ତ କରିଛି ।

ବ୍ରିଟେନର ଇଂଟେଲିଜେନ୍ସି ଏଜେନ୍ସି ଫାଇବର ଅପଟିକାଲ୍ସ ମାଧ୍ୟମରେ ଡାଟା ଚୋରି ହୋଇଥିବା ନେଇ ସତର୍କତା ଜାରି କରିଥିଲା । ଏଥିରେ ଇରାନ ମଧ୍ୟ ସାମିଲ ଅଛି । ଆମେରିକାରେ ଫାଇଜର ସମେତ ଆଉ କେତେକ କମ୍ପାନୀ ଏ ନେଇ ଗବେଷଣା ଜାରୀ ରଖିଛନ୍ତି । ନାଟୋର ଇଂଟେଲିଜେନ୍ସି ନେଟୱର୍କ ମଧ୍ୟ ଭ୍ୟାକ୍ସିନ ଡାଟା କିପରି ସୁରକ୍ଷିତ ରହିବ ସେ ନେଇ କାର୍ଯ୍ୟ କରୁଛି ।

Leave A Reply

Your email address will not be published.