Latest Odisha News

BREAKING NEWS

କଂଗ୍ରେସରେ ପୁଣି ଫୁଟିଲା ଲେଟର ବୋମା, ସୋନିଆଙ୍କୁ ୯ ବହିଷ୍କୃତ ନେତା ପରିବାରବାଦରୁ ଉପରକୁ ଉଠିବାକୁ ଲେଖିଲେ

ଲକ୍ଷ୍ନୌ: କଂଗ୍ରେସରେ ପୁଣି ଫୁଟିଛି ଅସନ୍ତୁଷ୍ଟଙ୍କ ଲେଟର ବୋମା । ପୂର୍ବରୁ ୨୩ କଂଗ୍ରେସ ସଦସ୍ୟ ନେତୃତ୍ୱ ସଙ୍କଟ ନେଇ ପତ୍ର ଲେଖି ରାଜନୈତିକ ଝଡ ସୃଷ୍ଟି କରିଥିଲେ । ଏବେ ଦଳରୁ ବହିଷ୍କୃତ ୯ ବରିଷ୍ଠ ନେତା ପରିବାର ବାଦରୁ ଊର୍ଦ୍ଧ୍ୱରେ ରହି ଦଳ ପାଇଁ ଚିନ୍ତା କରିବା ନେଇ ରାଷ୍ଟ୍ରୀୟ ମହାସଚିବ ସୋନିଆ ଗାନ୍‌ଧୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଏବେଠାରୁ ସତର୍କ ନ ହେଲେ ଦଳ ଇତିହାସ ହୋଇ ରହିିଯିବ ବୋଲି ସେମାନେ ଲେଖିଛନ୍ତି । ଉତରପ୍ରଦେଶର ଏହି ନେତାମାନେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଚିଠିରେ ଟାର୍ଗେଟ କରିଛନ୍ତି । ଏହି ଚିଠିରେ ସନ୍ତୋଷ ସିଂ, ସତ୍ୟଦେବ ତ୍ରିପାଠୀ, ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ରା, ନେଲଚନ୍ଦ ପାଣ୍ଡେ, ସ୍ୱୟଂ ପ୍ରକାଶ ଗୋସ୍ୱାମୀ ଓ ରାଜୀବ ସିଂଙ୍କର ଦସ୍ତଖତ ରହିଛି ।

Leave A Reply

Your email address will not be published.