Latest Odisha News

BREAKING NEWS

ଲଣ୍ଡନରେ ‘ବର୍ଷା’ କହି କାହିଁକି ହାତ ଯୋଡ଼ିଲେ ଅନୁଭବ

ଭୁବନେଶ୍ୱର: ‘ବର୍ଷା’ଙ୍କ ପାଇଁ ଅନୁଭବଙ୍କ ପାରିବାରିକ ଜୀବନରେ ବହୁ ଝଡ଼ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା, ଶାଶୂ ଘର ଛାଡ଼ି ବାହାରେ ରହିବା ପରେ ଏବେ ଆଶ୍ୱସ୍ତ ଅନୁଭବଙ୍କ ପରିବାର । ପାରିବାରିକ ବିବାଦରୁ ଟିକେ ଆଶ୍ୱସ୍ତି ମିଳିବା ପରେ ବହୁଦିନ ଧରି ସୁଟିଂ ସେଟରୁ ଦୂରେଇ ରହିଥିବା ଅନୁଭବ ଏବେ ଅପକମିଂ ଫିଲ୍ମର ସୁଟିଂ ନେଇ ବ୍ୟସ୍ତ ଅଛନ୍ତି ।

ଟିମ୍ ଲଭ୍ ସହ ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି ଅନୁଭବ ମହାନ୍ତି । ଆଉ ଲଣ୍ଡନରେ ଅନୁଭବଙ୍କ ପିଛା ଛାଡ଼ିନି ବର୍ଷା । ଯାହାକୁ ନେଇ ଅନୁଭବ କହିଛନ୍ତି, ବର୍ଷା ବହୁତ ହଇରାଣ କଲାଣି । ଏପରିକି ଅନୁଭବ ବର୍ଷାକୁ ହାତ ଯୋଡ଼ିଛନ୍ତି । କହିଛନ୍ତି, ବର୍ଷା ଟିକେ ଦୟା କର । ଗୋ ଆୱେ… ବର୍ଷା… ଗୋ ଆୱେ ।…

ସୁଟିଂ ବେଳେ ଲଣ୍ଡନରେ ବର୍ଷା ହେଉଥିବାରୁ ଟିମ୍ ଲଭର ସୁଟିଂ ବିଳମ୍ବ ହେଉଛି । ଆଉ ବର୍ଷାକୁ ନେଇ ଅନୁଭବ ସେଠି ସାଉଣ୍ଟିଥିବା ସ୍ମୃତି ତାଙ୍କ ପ୍ରସଂଶକଙ୍କ ସହ ବାଣ୍ଟିଛନ୍ତି । ଅନୁଭବଙ୍କ ଲଣ୍ଡନ ବର୍ଷା ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।

Leave A Reply

Your email address will not be published.