Latest Odisha News

BREAKING NEWS

ଚୀନକୁ ଚ୍ୟାଲେଞ୍ଜ: ଲଦାଖ ନିକଟରେ ଆମେରିକା ନିୟୋଜିତ କଲା ପରମାଣୁ ବମ୍ବର

ଲଦାଖ: ଭାରତ-ଚୀନ ମଧ୍ୟରେ ଉତେଜନା ପରିସ୍ଥିତି ଦେଖି ଆମେରିକା ଗୁରୁବାର ସବୁଠାରୁ ମାରାତ୍ମକ ପରମାଣୁ ବମ୍ବର ବି୨ ସ୍ପିରିଟ ଷ୍ଟିଲ୍‌ଥ ବମ୍ବରସ ଲଦାଖ ନିକଟରେ ନିୟୋଜିତ କରିଛି । ଏହି ବିମାନକୁ ଡିଏଗୋ ଗାର୍ସିଆ ନିକଟରେ ରଖାଯାଇଛି । ଏକାଥରକେ ୧୬ ପରମାଣୁ ବୋମା ନେଇଯିବା କ୍ଷମତା ଏହି ବମ୍ବରର ରହିଛି ।

ଭାରତ-ଚୀନ ମଧ୍ୟରେ ବାରମ୍ବାର ଶାନ୍ତି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଡ୍ରାଗନ ତାର ପାଗଳାମି ଛାଡୁନି । ଏହାକୁ ଦେଖି ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି । ଏଥିସହ ଭାରତ ସହ ରହିଥିବା ଆମେରିକା ଚୀନକୁ ସିଧାସଳଖ ଜଣାଇଛି । ଆମେରିକାର ଡିଏଗୋ ଗାର୍ସିଆ ଭାରତର ସବୁଠାରୁ ନିକଟତର ବେସ୍ । ୨୯ ଘଂଟା ଯାତ୍ରା କରିଛି ଏହି ବମ୍ବର ଡିଏଗୋ ଗାର୍ସିଆରେ ପଂହଚିଥିଲା ।

Leave A Reply

Your email address will not be published.