Latest Odisha News

ରାଷ୍ଟ୍ର ନିର୍ମାଣରେ ଟିକସ ଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସଚ୍ଚୋଟ କରାଦାତାଙ୍କ ଲାଗି ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦ ଅନେଷ୍ଟ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୋଦି କହିଛନ୍ତି ଯେ ଏହି ନୂଆ ନିୟମ ଟିକସ ଦାତାଙ୍କୁ ଭୟମୁକ୍ତ କରିବ ଏବଂ ସଚ୍ଚୋଟ କରାଦାତାଙ୍କୁ ସମ୍ମାନିତ କଲେ ଯାଇ ଦେଶ ଆଗକୁ ବଢି ପାରିବ । ଏପରିକି ରାଷ୍ଟ୍ର ନିର୍ମାଣରେ ଟିକସ ଦାତାଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଆହୁରି ମଧ୍ୟ ମୋଦି ସଚ୍ଚୋଟ କରାଦାତାଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ ଟ୍ୟାକ୍ସ ଭରୁଥିବା ଲୋକଙ୍କର ନିନ୍ଦା କରିଛନ୍ତି । ଏହି ନୂଆ ନିୟମ ଅନୁଯାୟୀ, ଏବେ ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଅଫିସକୁ ବାରମ୍ବାର ଯିବାକୁ ପଡିବ ନାହିଁ ଏବଂ ଅଯଥା ସମସ୍ୟାରୁ ମୁକ୍ତି ମିଳିବ ।

ଏହାବ୍ୟତିତ ମୋଦି ଫେସ୍‌ଲେସ୍‌, ଫିୟରଲେସନେସ୍‌, ଫେୟରନେସ୍ ସିଷ୍ଟମ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିଠାରୁ ଫେସଲେସ୍ ଆସେସମେଣ୍ଟ ଓ ଟାକ୍ସପେୟର ଚାର୍ଟର ସୁବିଧା ଆରମ୍ଭ ହେବାକୁ ଥିବା ବେଳେ ଆଗାମୀ ସେପ୍ଟେମ୍ବର ୨୫ରୁ ଫେସଲେସ୍ ଅପିଲ୍ ସେବା ଉପଲବ୍ସ ହେବ ।

Leave A Reply

Your email address will not be published.