ୱାଶିଂଟନ: ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟରେ ମିସାଇଲ ଆକ୍ରମଣ ଆଶଙ୍କା ଦର୍ଶାଯାଇଛି । ଫଳରେ ଆମେରିକା ତାର ଲଙ୍ଗ ରେଂଜ ଡିସ୍କ୍ରିମିନେଶନ ରାଡାର ସିଷ୍ଟମକୁ ଆଲର୍ଟ କରିବା ସହ ଏହାକୁ ରୁଷ ଏବଂ ଚୀନ ଆଡେ ମୁହାଁଇଛି । ଏହି ରାଡାର ବହୁତ ଦୂରତାରୁ ମିସାଇଲ ନେଇ ସତର୍କ କରାଇବା କ୍ଷମତା ରଖିଛି । ଅଲାସ୍କା ବ୍ୟତୀତ ଅନ୍ୟ କେତୋଟି ସ୍ଥାନରେ ଆମେରିକା ରାଡାର ସିଷ୍ଟମ ନିୟୋଜିତ କରିଛି । ଚୀନ, ରୁଷ ଏବଂ ଉତର କୋରିଆ ପ୍ରତି ଆମେରିକାର ଭୟ ରହିଛି । ଉପରୋକ୍ତ ରଡାର ଯୋଗୁ ସ୍ପେଶ କମାଣ୍ଡୋଙ୍କୁ ମଧ୍ୟ ଆଗୁଆ ସୂଚନା ମିଳିବ । ରୁଷର ଶକ୍ତିଶାଳୀ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ଏହି ରାଡାର ୬୦୦ କିଲୋମିଟର ଦୂରରୁ ସ୍କାନ କରି ରିପୋର୍ଟ ଦେଇପାରିବ । ଆମେରିକା ଦୀର୍ଘ ଦିନ ଧରି ଏଲଆରଡିଆର ଉପରେ ଗବେଷଣା କରିବା ପରେ ଏବେ ଏହାକୁ ନିୟୋଜିତ କରିଛି । ତେବେ ଆମେରିକା ଏଭଳି ସର୍ତକତା ମୂଳକ ପଦକ୍ଷେପ ନେବା କିଛି ଗମ୍ଭୀର ସଙ୍କଟର ଆଭାସ ଦେଉଛି ବୋଲି ରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
BREAKING NEWS
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
Comments are closed.