Latest Odisha News

BREAKING NEWS

ଆଇରନ ମ୍ୟାନ ପ୍ରତିଯୋଗତିାରେ ଭାଗ ନେଉଛନ୍ତି ଦୁଇ ଓଡ଼ିଆ

ଭୁବନେଶ୍ୱର: ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ଦୁଇ ଓଡିଆ ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ କାଜାଖସ୍ତାନ ପହଞ୍ଚିଛନ୍ତି। ଏହା ସୌଭାଗ୍ୟଙ୍କ ଦ୍ଵିତୀୟ ଆଇରନ ମ୍ୟାନ ପ୍ରତିଯୋଗିତା । ବିଜୟ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛନ୍ତି ।

ଆଇରନ ମ୍ୟାନ ରେ ୩.୮ କିମି ସନ୍ତରଣ, ୧୮୦ କିମି ସାଇକେଲ ଚାଳନା ଏବଂ ୪୨.୨ କିମି ଦୌଡ଼ ପ୍ରତିଯୋଗିତାକୁ ସର୍ବ ମୋଟ ୧୬ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ସାରିବାକୁ ହେବ।

ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଆଇରନ୍ ମ୍ୟାନ୍ ଟ୍ରାଇଥଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶରୁ ୧୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ।

ଯେଉଁଥିରୁ ଏକ ହଜାର ଜଣ ହାଫ୍ ଆଇରନ ମ୍ୟାନ ଏବଂ ୭୦୦ ଜଣ ଫୁଲ ଆଇରନ ମ୍ୟାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରୁ ମୋଟ ୩୦୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

କାଜାଖସ୍ତାନ ପରେ ଭାରତ ହେଉଛି ଦ୍ଵିତୀୟ ସର୍ବାଧିକ ପ୍ରତିଯୋଗୀ ଅଂଶଗ୍ରହଣକାରୀ ଦେଶ।

Leave A Reply

Your email address will not be published.