Latest Odisha News

ଆମେରିକାରେ ଏୟାର ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ଉଡାଣରେ ଅସୁବିଧା

ୱାଶିଂଟନ: ଏକ ବଡ ଧରଣର କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଏୟାର ଟ୍ରାଫିକ କଂଟ୍ରୋଲରେ ବୈଷୟିକ ତ୍ରୁଟି ଦେଖାଯିବାରୁ ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାତ୍ରୀମାନେ ଭୟଭୀତ ହେବା ସହ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏବେ ସମସ୍ତ ବିମାନ ଗ୍ରାଉଣ୍ଡରେ ଅଛନ୍ତି । ନୋଟିସ ଟୁ ଏୟାର ମିଶନ୍ସ ସିଷ୍ଟମ ଫେଲ ହୋଇଯାଇଛି ଏହତ ତ୍ରୁଟି ନ ସୁଧାରିବା ପର୍ଯ୍ୟନ୍ତ ଏହା ଉଡାଣ କରିବା ନାହିଁ ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେସନ ପକ୍ଷରୁ କୁହାଯାଇଛି । କଣ ପାଇଁ ଏ ଭଳି ତ୍ରୁଟି ହେଲା ତାର ତଦନ୍ତ ଆରମ୍ଭ କରାଯାଇଛି ।

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏ ଭଳି ଘଟଣା ଘଟିଛି । ୧୧୦୦ ଫ୍ଲାଇଟ ଉଡାଣରେ ବିଳମ୍ବ ହୋଇଥିବା ବେଳେ ୯୦କୁ ବାତିଲ କରି ଦିଆଯାଇଛି । ସକାଳ ୫ଟା୩୧ ମିନିଟରେ ଏହି ଟେକ୍ନିକାଲ ଫଲ୍ଟ ସମ୍ମୁଖକୁ ଆସିଥିଲା । ସିଭିଲ ଏଭିଏଶନ ୱେବସାଇଟରେ ଏ ନେଇ ଅପଡେଟ ଦିଆଯାଉଛି ।

Comments are closed.