Latest Odisha News

ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ: ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ ମଧ୍ୟରେ ଗୋଟିଏ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ରାଜକୀୟ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଯାହା ଦୁଇ ଦେଶ ପାଇଁ ରାଜନୈତିକ ଓ ରାଣନୈତିକ ସ୍ତରରେ ଖୁବ୍‌ ଆବଶ୍ୟକ।

ଭାରତର ପାର୍ଟନର୍ସିପ୍‌କୁ ଗୁରୁତ୍ୱ ଦେଇ ଜୋ ବାଇଡେନ୍ ଟ୍ୱଟ୍ କରି ଲେଖିଛନ୍ତି  “ଆମେରିକା ଏବଂ ଭାରତ ମଧ୍ୟରେ ବନ୍ଧୁତା ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରେ ଗୋଟିଏ। ଏବଂ ଏହା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ, ନିକଟତର ଏବଂ ଅଧିକ ଗତିଶୀଳ।”

ସେହିପରି ବାଇଡେନ୍‌ଙ୍କ ଟ୍ୱିଟ୍‌ର ଉତ୍ତର ଦେଇ ମୋଦୀ ମଧ୍ୟ ଟ୍ୱିଟ୍ କରି ତାଙ୍କ କଥାରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି। ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି “ ଜୋ ବାଇଡେନ୍ ମୁଁ ଆପଣଙ୍କ ସହିତ ସମୂର୍ଣ୍ଣ ଏକମତ। ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବିଶ୍ୱ ହିତାର୍ଥେ ଏକ ଶକ୍ତି। ଏହା ଆମ ପୃଥିବୀକୁ ଉନ୍ନତ ଓ ଅଧିକ ସ୍ଥାୟିତ୍ୱ କରିବ।”

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଇଥିଲେ। ରାଷ୍ଟ୍ରପତିଙ୍କି ନିମନ୍ତ୍ରଣ କ୍ରମେ ମୋଦୀଙ୍କ ରାଜକୀୟ ଗସ୍ତ ହୋଇଥିଲା। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତ-ଆମେରିକା ଗସ୍ତରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବଡ଼ ବଡ଼ କମ୍ପାନୀ ଭାରତରେ ନିବେଶ କରିବାକୁ ଯୋଜନା କରିଛନ୍ତି।

Comments are closed.