ନୂଆଦିଲ୍ଲୀ:ଭାରତ-ଆମେରିକା ମଧ୍ୟରେ ସାମରିକ ବନ୍ଧୁତା ବଢ଼ିବାରେ ଲାଗିଛି । ନିକଟରେ ଆମେରିକା ନୌସେନାର ପି-୮ ପୋସେଡନ ବିମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରେ ଥିବା ଭାରତୀୟ ନୌସେନା ଘାଟିରେ ଇନ୍ଧନ ଭରିଛି । ଏହା ପରୋକ୍ଷରେ ଚୀନକୁ ଚ୍ୟାଲେଞ୍ଜ ଦେବା ଭଳି ହୋଇଛି । ପୂର୍ବରୁ ଦକ୍ଷିଣ ଚୀନ ସାଗରରେ ଭାରତୀୟ ନୌସେନାର ଯୁଦ୍ଧ ଯାହାଜ ଆମେରିକା ଜାହାଜରୁ ଇନ୍ଧନ ଭରିଥିଲା ।
ସାମରିକ ବିଶେଷଜ୍ଞମାନେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା ଭାବେ ବିବେଚନା କରୁଛନ୍ତି । ୨୦୧୭ରେ ଲିମୋଆ ନାମକ ସାମରିକ ଚୁକ୍ତିରେ ଆବଶ୍ୟକ ସ୍ଥଳେ ଦୁଇଦେଶର ସାମରିକ ବାହିନୀ ପରସ୍ପରର ସାମରିକ ଘାଟି ବ୍ୟବହାର କରିପାରିବେ ।
Comments are closed.