Latest Odisha News

BREAKING NEWS

ଚୀନ ନିକଟରେ ଆମେରିକାର ଯୁଦ୍ଧ ଅଭ୍ୟାସ, ଏୟାରକ୍ରାଫ୍ଟ କ୍ୟାରିୟର ନିୟୋଜିତ କଲା

ବେଜିଂ: ଆମେରିକା-ଚୀନ ମଧ୍ୟରେ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । କେହି କାହା ଜିଦି ଛାଡିବାକୁ ରାଜି ନୁହେଁ । ଶୁକ୍ରବାର ଆମେରିକା ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ କରିଛି । ଚୀନ ସୀମା ନିକଟରେ ଆମେରିକା ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ରୋନାଲ୍ଡ ରିଗନ ନିୟୋଜିତ କରିଛି । ତାଇୱାନ ଉପରେ ଚାପ ପକାଇବା ପାଇଁ ଚୀନ ସୀମା ନିକଟରେ ସୈନ୍ୟ ସଂଖ୍ୟା ବୃଦ୍ଧି କରାଇଥିଲା । ଏ ନେଇ ଆମେରିକା ଚେତାବନୀ ଦେଇଥିଲା ।

BjdElectrycity

ଏପରି କି ତାଇୱାନ ସହିତ କୌଣସି ପ୍ରକାର ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ଆମେରିକା କହିଥିଲା । ଏହି କ୍ଷେତ୍ରରେ ଚୀନ ଜାପାନ, ତାଇୱାନ, ବ୍ରୁନେଇ ଓ ଫିଲପାଇନ୍ସ ସହିତ ସୀମା ବିବାଦ ସୃଷ୍ଟି କରିଛି ।

Leave A Reply

Your email address will not be published.