Latest Odisha News

BREAKING NEWS

ମୋଦିଙ୍କ ସହ କଥା ହେଲେ ନେପାଳ ପ୍ରଧାନ ମନ୍ତ୍ରୀ ଓଲୀ

ନୂଆଦିଲ୍ଲୀ: ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ସହ କଥା ହୋଇଛନ୍ତି । ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବାକୁ ଓଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିବା କଥା  ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ତରଫରୁ କୁହାଯାଇଛି । ଅଳ୍ପ ଦିନ ତଳେ ଭାରତ ଜାତିସଂଘ ନିରାପତ୍ତା ପରିଷଦ୍‌ର ଅଣ-ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଓଲୀ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ୍-୧୯ ମହାମାରୀ ପ୍ରଭାବକୁ ହ୍ରାସ କରିବା ଲାଗି ଭାରତ ନେପାଳକୁ ସହାୟତା ଦେଇ ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହି‌ଛନ୍ତି ।

ଫୋନ୍ କରିଥିବାରୁ ମୋଦୀ ତାଙ୍କର ନେପାଳୀ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭାରତ ଓ ନେପାଳ ମଧ୍ୟରେ ଥିବା ସଭ୍ୟତା ଓ ସଂସ୍କୃତିଗତ ସମ୍ପର୍କ କଥା ସ୍ମରଣ କରିଥିଲେ । ଉତ୍ତରଖଣ୍ଡର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ଜାରି କରିଥିବା ରାଜନୈତିକ ମାନଚିତ୍ର ଯୋଗୁଁ ଭାରତ-ନେପାଳ ସମ୍ପର୍କରେ ଆସିଥିବା ତିକ୍ତତା ମଧ୍ୟରେ ଓଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଛନ୍ତି ।

Leave A Reply

Your email address will not be published.