Latest Odisha News

BREAKING NEWS

ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଗିରଫ

କାନପୁର: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପୋଲିସ କର୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଉପରେ ୨୫୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଦୟାଶଙ୍କର ଫେରାର ଥିବା ବିକାଶ ନିକଟରେ ପହଂଚିବାରେ ପୋଲିସକୁ ସହାୟ ହେବ ବୋଲି ଆଶା କରାଯାଉଛି ।

କଲ୍ୟାଣପୁର ଅଂଚଳରେ ପୋଲିସ ଓ ଦୟାଶଙ୍କର ମଧ୍ୟରେ ସଂଘର୍ଷ ହୋଇଥିଲା । ସେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାର ଗୋଡକୁ ଗୁଳି ମାରିବା ସହ ଗିରଫ କରିଥିଲା । ଦୟାଶଙ୍କର କହିବା ଅନୁସାରେ ଘଟଣା ଦିନ ପୋଲିସ ବିକାଶଙ୍କୁ ଗିରଫ କରିବାକୁ ଆସୁଥିବା ଖବର ଥାନାରୁ ସେମାନଙ୍କ ନିକଟରେ ପଂହଚିଥିଲା । ପୋଲିସ ପହଂଚିଲା ବେଳକୁ ସେମାନେ ଘେରାଉ କରି ଗୁଳି କରିଥିଲେ । ଏଥିରେ ୮ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.