ନୂଆଦିଲ୍ଲୀ: ଚୀନର ଗୁଇନ୍ଦା ବେଲୁନକୁ ଆମେରିକା ଗୁଳି କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ଏପରିକି ଚୀନ ଉଚିତ ସମୟରେ ଏହାର ଜବବା ଦେବ ବୋଲି କହିଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଚୀନ ସହ କୌଣସି ପ୍ରକାର ବିବାଦ ସୃଷ୍ଟି କରିବାକୁ ଚାହୁଁନି ବୋଲି ବାଇଡେନ କହିଛନ୍ତି।
ସ୍ପାଏ ବେଲୁନକୁ ଗୁଳି କରି ଖସାଇ ଦେବା ଘଟଣାରେ ଆମେରିକା ଟିଭି ଚ୍ୟାନେଲ୍ ବିଭିଏସ୍ ନେଟୱର୍କକୁ ସାକ୍ଷାତକାର ଦେଇଛନ୍ତି ବାଇଡେନ। ସେ କହିଛନ୍ତି “ ଆମେ ଚୀନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛୁ ହେଲେ କୌଣସି ବିବାଦ କରିବାକୁ ଚାହୁଁନୁ। ଏପର୍ଯ୍ୟନ୍ତ ଆମର ଏଭିଳ ଆଭିମୁଖ୍ୟ ରହିଆସିଛି।”
ତେବେ ସ୍ପାଏନ୍ ବେଲୁନ୍ ଗୁଳି କରି ଖସାଇ ଦେବା ପରେ ଚୀନର ଏହାର ଜବାବ ଦେବ ବୋଲି କହିଥିଲା। ଏହାକୁ ନେଇ ଚୀନ ସହ ସମ୍ପର୍କ ଖରାପ ହେବ କି ବୋଲି ବାଇଡେନ୍ଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ ଉତ୍ତର ଦେଇ ସେ କହିଛନ୍ତି “ ସେମିତି କିଛି ହେବାର ନାହିଁ।”
ଶନିବାର ଆମେରିକାର କାରୋଲିନା ଉପକୂଳରେ ଉଡ଼ୁଥିବା ଚୀନର ସ୍ପାଏ ବେଲୁନକୁ ଗୁଳି କରି ଖସାଇ ଦେଇଥିଲା ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ବେଲୁନଟି ଉତ୍ତର ଆମେରିକାର ସମ୍ବେଦନଶୀଳ ସେନା ବେସ୍ ଅତିକ୍ରମ କରିବା ପରେ ଆମେରିକା ଏହାକୁ ଗୁଳି କରି ଖସାଇ ଦେଇଥିଲା। ଯାହାକୁ ନେଇ ବେଜିଂ ଓ ୱାଶିଂଟନ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି।
ଆମେରିକାର ଏଭଳି କାର୍ଯ୍ୟାନୁଷ୍ଟାନକୁ ଓବର ରିଆକ୍ଟିଂ ବୋଲି କହିଥିଲା ଚୀନ। ଏହା କୌଣସି ସ୍ପାଏ ବେଲୁନ ନଥିଲା। ଏହା ଏକ ପାଣିପାଗ ମାପକ ବେଲୁନ ଥିଲା। ଆମେରାକ ଏହା ଉପରେ ଆକ୍ରମଣ କରି ସେନାର ପ୍ରୟୋଗ କରି ଭୁଲ କରିିଛି। ତେଣୁ ଚୀନକୁ ଏହାର ଜବାବ ଦେବାର ପୂରା ଅଧିକାର ରହିଛି ବୋଲି ଚୀନ କହିଥିଲା।
ତେବେ ଗୁଳି କରି ଖସାଇ ଦେବା ପରେ ଏହି ବେଲୁନ୍ରେ ଚୀନ କଣ ସବୁ ଖଞ୍ଜିଥିଲା ତାହା ଜାଣିବା ପାଇଁ ବେଲୁନ୍ର ଭଗ୍ନାବଶେଷ ଖୋଜା ଚାଲିଛି। ଗୁଳି ଖାଇ ଆଣ୍ଟଲାଟିକ୍ ସାଗରରେ ଖସିଥିବେ ବେଲୁନକୁ ଯାହାଜ ଦ୍ୱାରା ଖୋଜିଥିଲା ଆମେରିକା। ଏବେ ବେଲୁନ ଭଗ୍ନାବଶେଷକୁ ଆମେରିକା ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ ୩ଟି ସ୍କୁଲ୍ ବସ୍ ଆକାରର ଏହି ସ୍ପାଏ ବେଲୁନ୍ ଆମେରିକାର ଆକାଶରେ ୬୦ ହଜାର ଫୁଟ୍ ଉଚ୍ଚାରେ ଉଡ଼ୁଥିଲା।
Comments are closed.