Latest Odisha News

BREAKING NEWS

ୟାନୋମାମି ଜନଜାତିର ଅଜବ ପରମ୍ପରା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ଯ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ ।    ଆମେ ଏଠି ଦକ୍ଷିଣ ଆମେରିକାର ଏକ ଜନଜାତିଙ୍କ ଉପରେ  କହିବୁ । ଏଠାରେ ଏପରି ଏକ ଜନଜାତି ଅଛନ୍ତି, ଯେଉଁମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଦକ୍ଷିଣ ଆମେରିକାରେ ରହୁଥିବା ୟାନୋମାମି ଜନଜାତିର ଲୋକମାନେ ଅନ୍ତିମ ସଂସ୍କାର ସହିତ ଜଡିତ ଏକ ଅଜବ ପରମ୍ପରାକୁ ଅନୁସରଣ କରଥାନ୍ତି । ଏହି ପରମ୍ପରାରେ ଅନୁସାରେ ମୃତ ବ୍ୟକ୍ତିର ଶବକୁ ଜାଳିବା ପରେ, ସେହି ପାଉଁଶକୁ ସୁପ୍ କରି ପିଅନ୍ତି । ଏହା ବିଶ୍ୱାସ ନ ହେଉଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏହି ଜନଜାତି ଏପରି କରିବା ଏକ ସାଧାରଣ କଥା ।

ଏହି ଜନଜାତି ଦୁନିଆରେ ୟାନୋମ କିମ୍ବା ସେନେମା ନାମରେ ଜଣାଶୁଣା । ଦକ୍ଷିଣ ଆମେରିକା ବ୍ୟତୀତ ଏହି ଜନଜାତି ବେନେଜୁଏଲା ଏବଂ ବ୍ରାଜିଲର କେତେକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାନ୍ତି । ଏହି ଜନଜାତିର ସଭ୍ୟତା ପାଶ୍ଚାତ୍ୟ ସଭ୍ୟତାଠାରୁ ସମ୍ପୂର୍ଣ୍ଣ ଅଲଗା । ୟାନୋମାନି ଜନଜାତିର ଲୋକମାନେ ସେମାନଙ୍କର ନିଜ ସଂସ୍କୃତି ଏବଂ ପରମ୍ପରାକୁ ପାଳନ କରିଥାନ୍ତି ।

ୟାନୋମାମି ଜନଜାତିରେ ଅନ୍ତିମ ସଂସ୍କାର କରିବାର ପରମ୍ପରା ସବୁଠୁ ଭିନ୍ନ ଅଟେ । ଏହି ପରମ୍ପରାକୁ ଏଣ୍ଡୋକାନିବାଲିଜିମ୍ କୁହାଯାଏ । ଯାହାକୁ ପାଳନ କରିବାକୁ ଯାଇ ଜନଜାତିର ଲୋକମାନେ ମୃତ ବ୍ୟକ୍ତିଙ୍କ ମାଂସ ଖାଇବା ସହ ପାଉଁଶରେ ସୁପ୍ ତିଆରି କରି ପିଅନ୍ତି ।

ରିପୋର୍ଟ ଅନୁଯାୟୀ, ୟାନୋମାନି ଜନଜାତିରେ ଜଣେ ବ୍ୟକ୍ତି ମରିବା ପରେ, ତା’ ମୃତ ଦେହକୁ ପତ୍ର ଏବଂ ଅନ୍ୟାନ୍ୟ ଜିନିଷରେ ଗୁଡାଇ ରଖାଯାଏ । ୩୦ରୁ୪୦ ପରେ ସେମାନେ ମୃତ ଦେହକୁ ଆଣି ଶରୀରର ବିଭିନ୍ନ ଅଂଶକୁ ଜାଳି ଦିଅନ୍ତି । ପରେ ସେହି ପାଉଁଶରୁ ସୁପ୍ ତିଆରି କରି ପିଆଯାଇଥାଏ ।

ୟାନୋମାମି ଜନଜାତିର କୌଣସି ବ୍ୟକ୍ତିଙ୍କୁ ଯଦି ତାଙ୍କର କେହି  ଶତ୍ରୁ କିମ୍ବା ସମ୍ପର୍କୀୟ  ହତ୍ୟା କରନ୍ତି, ତେବେ ସେମାନଙ୍କର ଶେଷ ରୀତି ମଧ୍ୟ ଭିନ୍ନ ଭାବରେ କରାଯାଏ । ଏଭଳି ପରିସ୍ଥିତିରେ କେବଳ ମହିଳାମାନେ ପାଉଁଶ ଖାଇଥାନ୍ତି ।

Leave A Reply

Your email address will not be published.