Latest Odisha News

BREAKING NEWS

ୟୁଏସ୍ ଓପନ୍ ଜିତି ଇତିହାସ ରତିଲେ ବ୍ରିଟେନର ଏମ୍ମା ରାଡୁକୋନ୍

ନୂଆଦିଲ୍ଲୀ: ୟୁଏସ୍ ଓପନରେ ଇତିହାସ ରଚିଲେ ବ୍ରିଟେନର ୧୮ ବର୍ଷୀୟ ଯୁବ ଟେନିସ୍ ଖେଳାଳି ଏମ୍ମା ରାଡୁକୋନ । ୟୁଏସ୍ ଓପନର ନୂଆ ଚାମ୍ପିଅନ୍ ହୋଇଛନ୍ତି । ଫାଇନାଲରେ କାନାଡାର ଲେଲା ଫର୍ଣ୍ଣାଡିଜଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍ ହୋଇଛନ୍ତି ରାଡୁକୋନ୍ ।

ୟୁଏସ୍ ଓପନ ପୂର୍ବରୁ ଅଧିକାଂଶ ତାଙ୍କ ଜାଣି ନଥିଲେ । ଦୁଇ ସପ୍ତାହ ତଳେ ଅଚିହ୍ନା ଥିବା ଏହି ଟେନିସ୍ ସୁନ୍ଦରୀଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଦୁଇ ସପ୍ତାହ ତଳେ ଏମ୍ମା ରାଡୁକୋନଙ୍କ ରାଙ୍କିଂ ୧୫୦ ଥିଲା ।

କ୍ୱାଲିଫାୟାର ଖେଳିବା ପରେ ଗ୍ରାଣ୍ଡସ୍ଲାମ୍ ବିଜୟିନୀ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି ରାଡୁକୋନ୍ । ପୂର୍ବରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ କୌଣସି କ୍ୱାଲିଫାୟାର ତାଙ୍କ ଭଳି ସଫଳତା ହାସଲ କରିନଥିଲେ । ୧୯୭୭ ପରେ ଗ୍ରାଣ୍ଡସ୍ଲାମ୍ ଜିତିବାରେ ସେ ହୋଇଛନ୍ତି ପ୍ରଥମ ମହିଳା ଟେନିସ୍ ଖେଳାଳି ।

ୟୁଏସ୍ ଓପନ୍ ସେମିରେ ସେ ୧୭ତମ ମାନ୍ୟତାପ୍ରାପ୍ତ ମାରିଆ ସକାରୀଙ୍କୁ ୬-୧, ୬-୪ ସେଟରେ ପରାସ୍ତ କରିଥିଲେ । ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚି କ୍ୟାରିୟରର ପ୍ରଥମ ଟ୍ରଫି ବି ହାତେଇଛନ୍ତି । ଏହି ବିଜୟ ସହ ଓ୍ୱାଲର୍ଡ ରାଙ୍କିଂରେ ରାଡୁକୋନ ୨୩ତମ ସ୍ଥାନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.