Latest Odisha News

BREAKING NEWS

ପ୍ରତିଦିନ କଙ୍ଗନାଙ୍କ ବିରୋଧରେ ଆସୁଥିଲା ୨୦୦ରୁ ଅଧିକ ମାମଲା

ନୂଆଦିଲ୍ଲୀ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କ ନୂତନ ଚଳଚ୍ଚିତ୍ର ‘ଥାଲାଇଭି’ର ପ୍ରମୋସନ ପାଇଁ  ‘ଦି କପିଲ୍ ଶର୍ମା ସୋ’ରେ ପହଞ୍ଚିଥିଲେ।

ପାରମ୍ପାରିକ ପୋଷାକରେ ଖୁବ୍‌ ସୁନ୍ଦର ଦିଣୁଥିଲେ କଙ୍ଗନା। ଶୋ’ର ହୋଷ୍ଟ କପିଲ ଶର୍ମା କଙ୍ଗନା ଉପରେ କିଛି ହାସ୍ୟାସ୍ପଦ ମନ୍ତବ୍ୟ ଦେଇଥିଲେ।

ନିକଟରେ ବିବାଦୀୟ ଟ୍ୱିଟ୍ ପାଇଁ ଅଭିନେତ୍ରୀଙ୍କୁ ଟ୍ୱିଟରରୁ ବାରଣ କରାଯାଇଛି। ତେବେ ଏ ବାବଦରେ ଆଗାମୀ ପଦକ୍ଷେପ କଣ ନେବେ ବୋଲି କପିଲ କଙ୍ଗନାଙ୍କୁ ପଚାରିଥି‌ଲେ। ଏହାର ଉତ୍ତରରେ କଙ୍ଗନା କହିଥିଲେ ଯେ ଏଥିରେ ଛୁଅମାସ ବି ତିଷ୍ଠିବା କଷ୍ଟକର ଥିଲା। କାରଣ ପ୍ରତିଦିନ ତାଙ୍କ ବିରୋଧରେ ୨୦୦ ଟି ମାମଲା ରୁଜୁ କରାଯାଉଥିଲା। ଯେଉଁଥିପାଇଁ ତାଙ୍କୁ ବାରଣ କରାଯାଇଥିଲା।

ପୂର୍ବରୁ ଯେତେବେଳେ କଙ୍ଗନାଙ୍କୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପଚରା ଯାଇଥିଲା ସେ କହିଥିଲେ ଯେ ସେ ଅନୁଭବ କରୁଛନ୍ତି ଯେ କେବଳ ‘ (ନିଷ୍କ୍ରିୟ)’ ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି।

 

Leave A Reply

Your email address will not be published.