Latest Odisha News

BREAKING NEWS

ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !

ନ୍ୟୁୟର୍କ: ଆମେରିକାର ଷ୍ଟାର୍ ଟେନିସ୍ ଖେଳାଳି ଭେନସ୍ ୱିଲିୟମ୍ସଙ୍କୁ ୟୁ.ଏସ୍. ଓପନ୍‌ର ସିଙ୍ଗଲ୍ସ ଟୁର୍ନାମେଣ୍ଟ ପାଇଁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି । ତେବେ ଆୟୋଜକ କର୍ତ୍ତୃପକ୍ଷ ଗୋଟିଏ ୱାଇଲ୍ଡ କାର୍ଡ ସ୍ପଟ୍ ବାକି ରଖିଛନ୍ତି, ଯାହାକି ତାଙ୍କ ଭଉଣୀ ସେରେନା ୱିଲିୟମ୍ସ (୪୪ ବର୍ଷ) ଟୁର୍ନାମେଣ୍ଟକୁ ଫେରିବାକୁ ଚାହିଁଲେ ତାଙ୍କୁ ଦିଆଯାଇପାରେ । ୨୦୧୭ ୟୁ.ଏସ୍. ଓପନ୍ ଚାମ୍ପିୟନ୍ ସ୍ଲୋଏନ୍ ଷ୍ଟିଫେନ୍ସ ଙ୍କ ସହ କାରୋଲ୍ ୟଙ୍ଗ୍ ସୁ ଲି, ରୀସ୍ ବ୍ରାଣ୍ଟମାୟର, ଥିଆ ଫ୍ରୋଡିନ୍, ଲେଓଲିଆ ଜିନ୍‌ଜିନ୍ ଏବଂ ଟେଲା ପ୍ରେଷ୍ଟନ୍‌ଙ୍କୁ ମହିଳା ସିଙ୍ଗଲ୍ସ ୱାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି ।

ମୋଟ ୮ଟି ସ୍ପଟ୍‌ରୁ ୭ଟି ଘୋଷଣା ହୋଇଥିବା ବେଳେ ଶେଷ ସ୍ପଟ୍‌ଟି ସେରେନାଙ୍କ ପାଇଁ ରଖାଯାଇଥିବା ଚର୍ଚ୍ଚା ହେଉଛି ।  ୪୬ ବର୍ଷୀୟା ଭେନସ୍ ୧୯୮୧ ପରଠାରୁ ୟୁ.ଏସ୍. ଓପନ୍ ସିଙ୍ଗଲ୍ସରେ ଅଂଶଗ୍ରହଣ କରିଥିବା ସବୁଠାରୁ ବୟସ୍କା ଖେଳାଳି ହୋଇଛନ୍ତି । ଏହି ସପ୍ତାହରେ ସିନସିନାଟି ଓପନରେ ଡବଲ୍ସ ମ୍ୟାଚ୍ ମାଧ୍ୟମରେ ଭେନସ୍ ଓ ସେରେନା ୨୦୨୨ ପରେ ପ୍ରଥମ ଥର ପାଇଁ ଏକାଠି କୋର୍ଟକୁ ଓହ୍ଲାଇଥିଲେ । ପୁରୁଷ ବର୍ଗରେ ୩୯ ବର୍ଷୀୟ ଗାଏଲ୍ ମୋନ୍‌ଫିଲ୍ସ ଏବଂ ଅଷ୍ଟ୍ରେଲିଆର ଆଲେକ୍ସି ପୋପିରିନ୍‌ଙ୍କୁ ୱାଇଲ୍ଡ କାର୍ଡ ମିଳିଛି । ପୁରୁଷ ବିଭାଗରେ ମଧ୍ୟ ଗୋଟିଏ ସ୍ପଟ୍ ବାକି ରଖାଯାଇଛି, ଯାହା ୨୦୧୬ ଚାମ୍ପିୟନ୍ ଷ୍ଟାନ୍ ୱାୱ୍ରିଙ୍କାଙ୍କୁ ମିଳିପାରେ । ୟୁ.ଏସ୍. ଓପନ୍‌ର ମୁଖ୍ୟ ଡ୍ର ଅଗଷ୍ଟ ୩୦ରୁ ଆରମ୍ଭ ହେବ ।

Leave A Reply

Your email address will not be published.