ଅହମ୍ମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ । ଆତଙ୍କବାଦ ବିରୋଧରେ ଲଢେ଼ଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେ଼ଇ କରିବେ । ଆତଙ୍କବାଦକୁ କ୍ଷମା କରାଯିବ ନାହିଁ । ଦେଶ ପାଇଁ ବିପଦ ଆସିଲେ ସବୁ ପରିସ୍ଥିତିରେ ମୁକାବିଲା କରାଯିବ ବୋଲି ଟ୍ରମ୍ପ କହିଛନ୍ତି।
କଠୋର ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରାଯିବ । ଆତଙ୍କବାଦୀ ବିରୋଧରେ ପାକିସ୍ତାନ ପଦକ୍ଷେପ ନେଉ । ପାକିସ୍ତାନ ଆତଙ୍କବାଦୀ ଉପରେ ଲଗାମ ଲଗାଉ । ପ୍ରଥମେ ନିଜ ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରୁ ବୋଲି ଟ୍ରମ୍ପ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ଆଇଏସ୍ଆଇ,ସ୍ର କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ମାରିଛୁ ।
ଆତଙ୍କବାଦର ବିପଦରୁ ଆମର ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଦୁଇ ଦେଶ ମିଶି କାମ କରିବୁ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ ମାଟିରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆତଙ୍କବାଦ ବିରୋଧରେ ପାକିସ୍ତାନ କଡା ପଦକ୍ଷେପ ନେଉ ବୋଲି ଟ୍ରମ୍ପ କହିଛନ୍ତି ।
ସୂଚନାଯୋଗ୍ୟ, ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ ପରେ ରୋଡ୍ ଶୋ’ରେ ଯାଇ ମୋଟେରା ଷ୍ଟାଡିୟମରେ ପହଂଚିଥିଲେ । ଏଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦେଶବାସୀଙ୍କୁ ସମ୍ଭୋଧନ କରିଥିଲେ । ସେ ପ୍ରଥମେ ନିଜ ଅଭିଭାଷଣରେ ନମସ୍ତେ କହି ମୋଦୀଙ୍କୁ ପ୍ରଂଶସା କରିଥିଲେ ।
BREAKING NEWS
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
Comments are closed.