Latest Odisha News

BREAKING NEWS

ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀରଙ୍କ ଅଚାନକ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି । ୯୪ ବର୍ଷୀୟ ମହାତୀର ସକାଳ ୫ଟା ସମୟରେ ଇସ୍ତଫା ଘୋଷଣା କରିଥିଲେ । ରବିବାର ଚର୍ଚ୍ଚା ହୋଇଥିଲା ଯେ ଖୁବ ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ କିନ୍ତୁ ସବୁ ଚର୍ଚ୍ଚାକୁ ମାତ ଦେଇ ଇସ୍ତଫା ଦେଇଛନ୍ତି । ମାଲେସିଆ ରାଜା ସୁଲତାନ ଅବଦୁଲ୍ଲା ସୁଲତାନ ଶାହଙ୍କୁ ସେ ଇସ୍ତଫା ପତ୍ର ପଦ୍ରାନ କରିଥିଲେ । ଉପ ପ୍ରଧାନମନ୍ତ୍ରୀ ୱାନ ଅଜୀଜାଙ୍କୁ ସାମୟିକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏଠାରେ ସୂଚନା ଥାଉ କି ଭାରତ ବିରୋଧରେ ବାରମ୍ବାର ବୟାନ ଦେଇଥିବା ଯୋଗୁଁ ମାଲେସିଆରୁ ପାମ ତେଲ ଆମଦାନୀ ନ କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା । କାଶ୍ମୀର ବିରୋଧରେ,ନାଗରିକତା (ସଂଶୋଧନ) ଆଇନକୁ ସମାଲୋଚନା କରିଥିଲେ।

Leave A Reply

Your email address will not be published.