Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ଦେହାନ୍ତ

ନ୍ୟୁୟର୍କ: ପରଲୋକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ । ୭୧ ବର୍ଷ ବୟସରେ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁତର ରୋଗରେ ପୀଡ଼ିତ ଥିଲେ ରବର୍ଟ ଟ୍ରମ୍ପ । ତାଙ୍କୁ ନ୍ୟୁୟର୍କ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରମ୍ପ କହିଛନ୍ତି, ‘ରବର୍ଟ କେବଳ ତାଙ୍କର ସାନ ଭାଇ ନଥିଲେ । ଜଣେ ଭଲ ବନ୍ଧୁ ଥିଲେ । ସେ ବହୁତ ମନେ ପଡ଼ିବେ’ । ଅମର ଆତ୍ମାର ସଦଗତି କାମନା ସହ ରବର୍ଟ ଆଇ ଲଭ ୟୁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ରବର୍ଟ ଟ୍ରମ୍ପ ଜଣେ ବ୍ୟବସାୟୀ ଥିଲେ । ସ୍ୱଭାବରେ ବହୁତ ଶାନ୍ତ ସରଳ ଥିଲେ । ଭାଇ-ଭଉଣୀଙ୍କ ଭିତରେ ସବୁଠୁ ସାନ ଥିଲେ ରବର୍ଟ ଟ୍ରମ୍ପ । ତାଙ୍କୁ ଡୋନାଲ୍ଡ ଟ୍ରମ୍ପ ବେଶୀ ଭଲ ପାଉଥିଲେ ।

Leave A Reply

Your email address will not be published.