Latest Odisha News

BREAKING NEWS

୨୪ ଘଣ୍ଟାରେ ସର୍ବାଧିକ ୨୯୨୪ ପଜିଟିଭ ସହ, ରାଜ୍ୟରେ ୬୦ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଅଣାୟତ୍ତ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୯୨୪ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୫୦ ରେ ପହଞ୍ଚିଛି ।

ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୮୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୧୦୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ଗତ ୨୪ ଘଣ୍ଟାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୮୮ ଜଣ ପଜିଟିଭ।

ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୮,୯୨୮ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୦,୭୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୩୪୩ ଜଣ ମୃତ୍ୟୁବରଣ କରିଛନ୍ତି ।

ଏହାସହ ରାଜ୍ୟରେ ବଢୁଛି କୋଭିଡ୍ ଟେଷ୍ଟିଂ । ଗୋଟିଏ ଦିନରେ ଏହା ୫୦ ହଜାର ପାର ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାର ୭୯୫ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ରହିଛି ୧୦ ହଜାର ୨୪୦ RT-PCR ଓ ୪୨ ହଜାର ୪୧୪ ଆଣ୍ଟିଜେନ୍ ଟେଷ୍ଚ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.