Latest Odisha News

ଦିଲ୍ଲୀରେ ପହଞ୍ଚିଲେ ବାଇଡେନ: ଆଜି ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଭାଗ ନେବେ । ଜୋ ବାଇଡେନଙ୍କର ଏହା ପ୍ରଥମ ଭାରତ ଗସ୍ତ । ବାଇଡେନ ଭାରତକୁ ୩ଦିନିଆ ଗସ୍ତରେ ଆସିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଜେନରାଲ ବିକେ ସିଂହ ବାଇଡେନଙ୍କୁ ଏୟାରପୋର୍ଟରୁ ରିସିଭ କରିଥିଲେ । ଏହା ପରେ ବାଇଡେନ ଆମେରିକାର ରଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏବଂ ତାଙ୍କ ଝିଅ ସହ ସାକ୍ଷାତ କରିଥିଲେ । କିଛି ସମୟ ପରେ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ  ।

ବାଇଡେନ ଭାରତ ଗସ୍ତରେ ଆସିଥିବା ୮ମ ରାଷ୍ଟ୍ରପତି । ଭାରତ ସ୍ୱାଧୀନତା ହେବାର ୫୦ ବର୍ଷ ମଧ୍ୟରେ ମାତ୍ର ୩ ଜଣ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ । ଗତ ୨୩ ବର୍ଷ ମଧ୍ୟରେ ବାଇଡେନ ୬ଷ୍ଠ ରାଷ୍ଟ୍ରପତି ଯିଏ ଭାରତ ଗସ୍ତରେ ଆସିଛନ୍ତି ।

ବାଇଡେନଙ୍କ ଗସ୍ତ ନେଇ ଆମେରିକା ଏନଏସଏ ଜ୍ୟାକ ସୁଲିବନ କହିଛନ୍ତି କି, ମୋଦି-ବାଇଡେନ ଦ୍ୱିପାକ୍ଷିକ ଆଲୋଚନାରେ ସିଭିଲ ନ୍ୟୁକ୍ଲିୟର ଟେକ୍ନୋଲୋଜୀ ସହଯୋଗ ଉପରେ ଚର୍ଚ୍ଚା ହୋଇପାରେ । ଏହା ବ୍ୟତୀତ ଛୋଟ ମଡ୍ୟୁଲାର ପରମାଣୁ ରିଆକ୍ଟର ଚୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇପାରେ । ଦୁଇ ଦେଶ ମଧ୍ୟରେ ଜିଇ ଜେଟ ଇଂଜିନ ଚୁକ୍ତି ଉପରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.