Latest Odisha News

BREAKING NEWS

ବେଆଇନ ବନ୍ଧୁକ କାରବାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାଇଡେନଙ୍କ ପୁଅ: ହୋଇପାରେ ୨୫ ବର୍ଷ ଜେଲ

ନ୍ୟୁୟର୍କ:ପୁଅକୁ ନେଇ ଫସିଯିବେ କି ରାଷ୍ଟ୍ରପତି ଜୋ ବାଇଡେନ ? ବଢିବାରେ ଲାଗିଛି ବାଇଡେନଙ୍କ ସମସ୍ୟା । ବାଇଡେନଙ୍କ ପୁଅ ହଣ୍ଟର ବାଇଡେନକୁ ନେଇ ଏବେ ଅଡ଼ୁଆରେ ପଡିଛନ୍ତି ବାଇଡେନ । ଜଣେ ଗନ ଡିଲରଙ୍କୁ ଧୋକା ଦେଇ ଗନ ବିକିବା ପାଇଁ ବାଧ୍ୟ କରିବା ଅପରାଧରେ ପୁଅ ହଣ୍ଟରଙ୍କ ବିରୋଧରେ ମାମଲା ରୁଜୁ ହେଇଥିଲା  । ଦୀର୍ଘଦିନ ଧରି ତଦନ୍ତ କରାଯିବା ପରେ ଏବେ ଏହି ଅପରାଧରେ  ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ନିଉଜ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ  ଆମେରିକା ଜଲ୍ଲା ନ୍ୟାୟାଳୟରେ ଜଣେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ପୁଅ ନାଁରେ ଏପରି ଅଭିଯୋଗ ଆସିଛି ।  ହଣ୍ଟର ବାଇଡେନଙ୍କ ବିରୋଧରେ ଅଭିଯୋଗ ଆସିଛି ଯ, ସେ ସମୟରେ ସେ ବେଆଇନ ଔଷଧ ସେବନ କରୁଥିଲେ । ତେଣୁ ତାଙ୍କର  ବନ୍ଧୁକ ରଖିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇ ପାରେ ।

ପୁଅର ଏପରି କାରନାମା ବାପା ବାଇଡେନଙ୍କ ନିର୍ବାଚନ ଉପରେ ବି ପଡିପାରେ ।  କାରଣ ୮୦ ବର୍ଷ ବୟସ୍କ ଜୋ ବାଇଡେନ ଆଗାମୀ ନର୍ବାଚନରେ  ୭୭ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଟ୍ରମ୍ପଙ୍କ ନାମରେ ବି ପୂର୍ବରୁ ୪ ଅପରାଧିକ ମାମଲା ରହିଛି ।

ସୂଚନାଥାଉ କି, ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ନାଁରେ ଡ୍ରଗ୍ସ ମାମଲା, ବେଆଇନ ଭାବେ ବନ୍ଧୁକ ରଖିବା ପରି  ୩ଟି ଅପରାଧିକ ମାମଲା ଳାଗିଛି । ତିନୋଟି ଯାକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହଣ୍ଟର । ତାଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ମିଳିପାରେ । ଏହା ବ୍ୟତୀତ ତାଙ୍କ ନାଁରେ ଆହୁରି ଅନେକ ମାମଲା ରହିଛି ।

ଜୋ ବାଇଡେନଙ୍କ ପୁଅ ହଣ୍ଟରଙ୍କ ବୟସ ୫୩ ବର୍ଷ । କୁହାଯାଉଛି, ସେ ବିଦେଶରୁ ଲାଭ ପାଇବା ପାଇଁ ବାଇଡେନ ବ୍ରାଣ୍ଡର ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ଆସିଛି ।

Leave A Reply

Your email address will not be published.