Latest Odisha News

ଏହି ମନ୍ଦିରରେ ଭାଇ-ଭଉଣୀଙ୍କୁ ପ୍ରବେଶ ନିଷେଧ, ଜାଣନ୍ତୁ କାହିଁକି ?

ଦିଲ୍ଲୀ: ଭାରତରେ ରହିଛି ଅନେକ ଧାର୍ମିକ ସ୍ଥଳ  । ମାତ୍ର ଆପଣମାନେ କେବେ ଶୁଣିଛନ୍ତି କି ଏମିତି ବି ଏକ ମନ୍ଦିର ଅଛି , ଯେଉଁଠାକୁ ଭାଈ ଭଉଣୀ କେବେ ଏକାଠି ଯିବା ଉଚିତ୍ ନୁହେଁ  । ଏହି ମନ୍ଦିର ସହିତ ଜଡିତ କେତେକ ଧାର୍ମିକ ବିଶ୍ବାସ ଏବଂ କାହାଣୀ ରହିଛି  । ଆସନ୍ତୁ ଜାଣିବା । ଛତିଶଗଡରେ ରହିଛି ଏହି ମନ୍ଦିର । ଯେଉଁଠାରେ ଭାଈ ଓ ଭଉଣୀକୁ ଏକାଠି  ପ୍ରବେଶ କରିବାକୁ ଅନୁମତି ନାହିଁ । ରାଜ୍ୟର ବାଲୋଦାବାଜରର କସଡୋଲ ନିକଟ ନାରାୟଣପୁର ଗାଁରେ ଅବସ୍ଥିତ ଏହି ମନ୍ଦିର ନାରାୟଣପୁରର ଶିବ ମନ୍ଦିର ଭାବରେ ପ୍ରସିଦ୍ଧ  ।  ଏହି ମନ୍ଦିର ୭ରୁ ୮ ଶତାଦ୍ଦୀ ମଧ୍ୟରେ କଲାଚୁରୀ ଶାସକ ମାନଙ୍କ ଦ୍ବାରା ନିର୍ମିତ ହୋଇଥିଲା  । ଏହି ମନ୍ଦିର ଲାଲ-କଳା ବାଲୁକା ପଥରରେ ନିର୍ମିତ  । ମନ୍ଦିରର ସ୍ତମ୍ଭ ଉପରେ ଅନେକ ସୁନ୍ଦର ଚିତ୍ର ନିର୍ମିତ  । ମନ୍ଦିରର ଏକ ଛୋଟ  ସଂଗ୍ରହାଳୟ ରହିଛି  । ଯେଉଁଠାରେ ଖନନରୁ ମିଳିଥିବା ମୂର୍ତ୍ତି ଗୁଡିକ ରଖାଯାଏ  ।

ଏହା ହେଉଛି ଏକମାତ୍ର ମନ୍ଦିର , ଯେଉଁଠାରେ ଭାଈ ଓ ଭଉଣୀଙ୍କୁ ଏକାଠି ଯିବାକୁ ବାରଣ  କରାଯାଇଛି  । ଏହା ପଛରେ ଏକ କାହାଣୀ ରହିଛି  । ରାତିରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଥିଲା  । ୬ ମାସ ମଧ୍ୟରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଥିଲା  । ମନ୍ଦିରଟି ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ  ।  ଶିଳ୍ପୀ ନାରାୟଣ ରାତିରେ ଉଲଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ  । ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ନାରାୟଣଙ୍କ ପତ୍ନୀ ତାଙ୍କୁ ଖାଦ୍ୟ ଦେବା ପାଇଁ ଆସୁଥିଲେ  । କିନ୍ତୁ ଦିନେ ସନ୍ଧ୍ୟାରେ ନାରାୟଣଙ୍କ ପତ୍ନୀଙ୍କ ବଦଳରେ ଭଉଣୀ ଖାଦ୍ୟ ଦେବାକୁ ନିର୍ମାଣ ସ୍ଥାନକୁ ଆସିଥିଲେ । ସେହି ସମୟରେ ତାଙ୍କ ଭଉଣୀ ଶିଳ୍ପୀ ନାରାୟଣଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିଦେଇଥିଲେ  । ଫଳରେ ନାରାୟଣ ଲଜ୍ଜିତ ଅନୁଭବ କରି ମନ୍ଦିରର ଶିଖରରୁ ଡେଇଁ ଆତ୍ମହତ୍ୟା କରିଥିଲେ  । ଏହି କାରଣରୁ ଭାଈ ଓ ଭଉଣୀ ଏହି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ।

Leave A Reply

Your email address will not be published.