Latest Odisha News

BREAKING NEWS

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଆଜି କେଉଁଠି ବୁଲିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଦିନ ସେ ଦିଲ୍ଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ସେଠାରେ କିଛି ସମୟ ରହଣୀ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ।

ପରବର୍ତ୍ତୀ ମସୟରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବୈଠକରେ ଯୋଗଦେବେ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ରାଜିନାମା ସ୍ୱାକ୍ଷର ହେବ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ସେଠାରେ ଆୟୋଜିତ ରାତ୍ରି ଭୋଜନରେ ଯୋଜଦେବା ପରେ ପାଖାପାଖି ରାତି ୧୦ଟା ବେଳକୁ ସେ ଆମେରିକା ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.