Latest Odisha News

BREAKING NEWS

ଜଳବାୟୁ ପରିବର୍ତ୍ତନ ପ୍ରୟାସରେ ଭାରତର ରେକର୍ଡ ଖରାପ; ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଅନ୍ତିମ ରାଷ୍ଟ୍ରପତି ବିତର୍କ ସମୟରେ ଜଳବାୟୁ ପରିବର୍ତ୍ତନ ବିରୋଧ ଲଢେଇରେ ଭାରତର ପ୍ରୟାସକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଶ୍ନ ଉଠାଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧ ଲଢେଇରେ ଭାରତ, ଚୀନ୍ ଏବଂ  ରୁଷିଆର ଖରାପ ରେକର୍ଡ ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଭାରତରେ ଅନେକ ରାଜନୈତିକ ଉତ୍ତେଜନା ଦେଖାଦେଇଛି।

ବିରୋଧୀ ଦଳ ଟ୍ରମ୍ପଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ରମ୍ପଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ।

ଜଳବାୟୁ ପରିବର୍ତ୍ତନ ବିରୋଧ ସଂଗ୍ରାମର ଉଦ୍ୟମକୁ ମନେ ପକାଇ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ। ଅନେକ ଆମେରିକୀୟଙ୍କ ଇଚ୍ଛା ବିରୁଦ୍ଧରେ ଆମେରିକା ପ୍ରତ୍ୟାବର୍ତ୍ତନ କରିଥିଲା।
ଏଥି ସହ ଟ୍ରମ୍ପଙ୍କ ମନ୍ତବ୍ୟକୁ ଦର୍ଶାଇ କଂଗ୍ରେସ ନେତା କପିଲ ସିବଲ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ ଟ୍ରମ୍ପ ଭାରତରେ କରୋନା କାରଣରୁ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ବାୟୁରେ ପ୍ରଦୂଷଣ ପଠାଉଛି। ଟ୍ରମ୍ପ ଭାରତକୁ ‘ତାରିଫ୍‌ କିଙ୍ଗ’ ବୋଲି କହିଛନ୍ତି। ଏହାସହିତ ସିବଲ କହିଛନ୍ତି ଯେ ଏହା ହେଉଛି ‘ହାଡି ମୋଦୀ’ର ଫଳାଫଳ।

Leave A Reply

Your email address will not be published.