Latest Odisha News

BREAKING NEWS

ସଫଳ ହେବ କି ଶାହରୁଖ‌ଙ୍କ ୨୦୨୧ ଫର୍ମୁଲା ?

ମୁମ୍ବାଇ: ଦୁଇବର୍ଷର ବ୍ୟବଧାନ ପରେ ବଡ ପରଦାକୁ ଫେରିବା ଲାଗି ସଜବାଜ ହେଉଛନ୍ତି କିଙ୍ଗଖାନ୍ । ହାତରେ ରହିଛି ଦୁଇଦୁଇଟି ପ୍ରୋଜେକ୍ଟ । ଗୋଟିଏ ବଲିଉଡ ତ ଆଉ ଗୋଟିଏ ସାଉଥ୍ ଫିଲ୍ମ । ବେଶ ଭାବିଚିନ୍ତି ସାଇନ୍ କରିଛନ୍ତି ବଲିଉଡର ବାଦଶାହ ।

ଦୀପିକା ଓ ଜନ୍ ଆବ୍ରାହାମ୍ ଷ୍ଟାରର ଫିଲ୍ମ ପଠାନରେ ଶାହରୁଖ ଅଭିନୟ କରିବା ନେଇ କିଛି ଦିନ ପୂର୍ବରୁ ଜଣାପଡିଥିଲା । ଆଉ ଏବେ ସେ ନିର୍ଦ୍ଦେଶକ ଅଟଲିଙ୍କ ଅଧିନରେ ଏକ ସାଉଥ୍ ପ୍ରୋଜେକ୍ଟରେ ସାଇନ୍ କରିଥିବା ଖବର ମିଳିଛି । ଫିଲ୍ମର ଟାଇଟଲ ସ୍ଥିର ହୋଇନଥିଲେ ବି ଏଥିରେ ଶାହରୁଖଙ୍କୁ ଟିକେ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ।

ରିପୋର୍ଟ ଅନୁଯାୟୀ ସାଉଥ୍ ଫିଲ୍ମରେ କିଙ୍ଗଖାନଙ୍କୁ ବାପ ଓ ପୁଅ ଭାବେ ଡବଲ୍ ରୋଲ୍‌ରେ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ବାଦ୍ ଦେଲେ ୧୯୯୮ରେ ରିଲିଜ ହୋଇଥିବା ଡୁପ୍ଲିକେଟ୍ ଓ ୨୦୦୬ର ଫିଲ୍ମ ଡନରେ ବି ସେ ଡବଲ୍ ରୋଲ୍‌ରେ ନଜର ଆସିଥିଲେ ।

ତେବେ ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଶାହରୁଖଙ୍କ ଡବଲ୍ ରୋଲ୍‌ରେ ଜେନେରେସନ୍ ତଫାତ୍ ଦେଖିବାକୁ ମିଳିବ । ଠିକ୍ ଯେପରି ଅମିତାଭଙ୍କ ସୂର୍ଯ୍ୟବଂଶମ୍ ଓ ଶ୍ରୀଦେବୀଙ୍କ ଫିଲ୍ମ ଲମ୍‌ହେରେ ଦେଖିବାକୁ ମିଳିଥିଲା । ଫିଲ୍ମର କାହାଣୀରେ ବାପ ଭୂମିକାରେ ଶାହରୁଖ ଜଣେ RAW ଅଫିସର ଭାବେ ଗ୍ୟାଙ୍ଗଷ୍ଟର ପାଲଟିଥିବା ନିଜ ପୁଅକୁ ଗିରଫ କରିବା ମିଶନରେ ସାମିଲ ହେବେ ।

ଚର୍ଚ୍ଚା ହେଉଛି ୧୯୮୨ର ରମେଶ ସିପ୍‌ପିଙ୍କ ଫିଲ୍ମ ଶକ୍ତି ଉପରେ ଅଟଲିଙ୍କ ମୁଭି ଆଧାରିତ । ଏହି ଫିଲ୍ମ ପାଇଁ କିଙ୍ଗଖାନଙ୍କୁ ଢେରସାରା ପ୍ରୋସ୍ଥେଟିକ୍ସ ମେକଅପ୍ ବି ନେବାକୁ ପଡିବ । ପଠାନ୍‌ର ସୁଟିଂ ସରିବା ପରେ ୨୦୨୧ରେ ଅଟଲିଙ୍କ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସାଇନ୍ସ ଫିକ୍ସନ ମୁଭି ବ୍ରହ୍ମାସ୍ତ୍ରରେ ବି କିଙ୍ଗଖାନଙ୍କୁ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.