Latest Odisha News

BREAKING NEWS

କରୋନା ମୁକାବିଲା: ଭାରତକୁ ୨୨ କୋଟିର ସହଯୋଗ କରିବ ଆମେରିକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜାରି ରହିଛି କରୋନା ମୁକାବିଲା । ସମସ୍ତ ଦେଶ ନିଜ ନିଜ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ ୬୪ ଦେଶକୁ ସହଯୋଗର ହାତ ବଡାଇଛି ଆମେରିକା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନା ମୁକାବିଲା କରୁଥିବା ୬୪ ଟି ଦେଶକୁ ଆମେରିକା ଆର୍ଥିକ ରାଶି ସହଯୋଗ କରିବ ।

ଏହି ୬୪ ଟି ଦେଶକୁ ପ୍ରଦାନ କରିବା ପାଇଁ ୨୭୪ ମିଲିୟନ ଡଲାର ଆର୍ଥିକ ରାଶି ଘୋଷଣା କରିଛି ଆମେରିକା। ଏହି କ୍ରମରେ ଭାରତକୁ ୨୯ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୨୨ କୋଟି ଟଙ୍କା ମିଳିବ ।

ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଭାରତକୁ ୨୯ ମିଲିୟନ ୟୁଏସ ଡଲାର ସହଯୋଗ କରିବା ନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.