Latest Odisha News

BREAKING NEWS

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଦୁଇଥର ଦେଶରକୁ ସମ୍ବୋଧନ କରିସାରିଛନ୍ତି । କୋଭିଡ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ ଡାଉନ ଘୋଷଣା ହୋଇଛି । ସେପଟେ ଆକ୍ରାନ୍ତ ଙ୍କ ସଂଖ୍ୟା ହଜାରେ ଛୁଇଁଲାଣି । ଯାହା ଚିନ୍ତା ବଢାଇ ଦେଇଛି ।

‘ମନ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରତି ମାସର ଶେଷ ରବିବାର ଏକ ମୁଖ୍ୟ ପ୍ରସଙ୍ଗ ଉପରେ କହିଥାନ୍ତି ।

Leave A Reply

Your email address will not be published.