ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।
କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାରରେ ପହଞ୍ଚିଛି ।
United States of America (USA) recorded more than 2,000 #coronavirus deaths in the past 24 hours: AFP news agency
— ANI (@ANI) May 1, 2020
ଏନେଇ ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟରୁ ସୂଚନା ମିଳିଛି।
ତେବେ ସେଠାରେ ୧୦ଲକ୍ଷରୁ ଅଧିକ ଆକ୍ରାନ୍ତ ମାମଲା ରହିଥିବା ନେଇ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୦୬ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
Comments are closed.