ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ୍ ୱାର ଥମିବାର ନା ନେଉନାହିଁ। ଉଭୟ ଦେଶ ପରସ୍ପର ଉପରେ ଟାରିଫକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି।
ଗତ ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଚୀନ ମଧ୍ୟ ଆମେରିକା ଉପରେ ସେହି ସମାନ ଶୁଳ୍କ ଲାଗୁ କରିଛି। ଏହାକୁ ପ୍ରତିବାଦ କରି ଆମେରିକା ସେହି ଶୁଳ୍କକୁ ୩୪ ପ୍ରତିଶତରୁ ବଢାଇ ୮୪ ଓ ଏହାପରେ ୧୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ଏହାକୁ ନେଇ ଚୀନ ପ୍ରତିକ୍ରିୟା ଦେବାପରେ ବର୍ତ୍ତମାନ ଆମେରିକା ଏହି ଶୁଳ୍କକୁ ୨୪୫ ପ୍ରତିଶତକୁ ବଢାଇ ଦେଇଛି।
ଏହାର ଜବାବରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ ଚୀନ୍ କେବେ କୌଣସି ବାଣିଜ୍ୟ ବ୍ୟାପାରକୁ ନେଇ ଯୁଦ୍ଧ ଲଢ଼ିବାରେ ପଛଘୁଞ୍ଚା ଦେବ ନାହିଁ। ଏପରି ପରିସ୍ଥିତିକୁ ଦ୍ରୁଢତାର ସହ ସାମ୍ନା କରିବ।
ତେବେ ଏସବୁ ଘଟଣା ପୂର୍ବରୂୁ ଟ୍ରମ୍ପ କହିଥିଲେ ପରସ୍ପର ସହ ଆଲୋଚନା କରାହେବ କି ନାହିଁ ଏହା ବେଜିଂ ଉପରେ ନିର୍ଭର କରେ। ସେହିପରି ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ଚୀନ-ଆମେରିକା ସହ ବୁଝାମଣା କରିବା ଆବଶ୍ୟକ।
ଏସମସ୍ତ ଘଟଣାକୁ ଆକଳନ କରି ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଏକ ବ୍ରିଫିଂରେ କହିଛନ୍ତି ଯେ ଆମେରିକା ବର୍ତ୍ତମାନ ଯେସାକୁ ତେସା ନୀତି ଅନୁସରଣ କରିଛ। ଏଥିସହିତ ବର୍ତ୍ତମାନ ଅନ୍ୟ ଦେଶମାନେ ନିଜର ଟିକସ ହ୍ରାସ କରିବା ଉଚିତ। ନଚେତ୍ ଆମେରିକାର ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବା ସହ ସେଠାରେ ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ସୁଯୋଗ ମିଳିବ।
Comments are closed.